Header Ads Widget



BREAKING NEWS

6/recent/ticker-posts

ପୁଣି ଶ୍ରୀମନ୍ଦିରରେ ଅଘଟଣ

                                                                      


 ପୁରୀ;  ପୁଣି ଶ୍ରୀମନ୍ଦିରରେ ଅଘଟଣ। ଭୋଗ ବୋହୁଥିବା ସମୟରେ ବାଇଶି ପାହାଚ ନିକଟରେ ପଡ଼ି ଜଣେ ବୋଝିଆ ଗୁରୁତର ଆହତ। ଗୁରୁତର ଆହତ ହୋଇଥିବା ବୋଝିଆ ଜଣକ ହେଉଛନ୍ତି ପୁରୀ ସଦର‌ କଣ୍ଠପୁର ଗ୍ରାମର ମୂଷା ବରାଳ। ମୂଷାଙ୍କ ବେକ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଦେହ ଉପରେ ଗରମ ଡ଼ାଲି ପଡିଯିବାରୁ ଦେହରେ ତାଙ୍କର ଫୋଟକା ହୋଇଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବୋଝିଆ ଓ ପୋଲିସ ମାନେ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପଞ୍ଚକର ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଜି ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀମନ୍ଦିରରେ। ତେବେ ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସରିବା ପରେ ବୋଝିଆ ମୂଷା ବରାଳ ଭୋଗ ବୋହୁଥିଲେ। ବାଇଶି ପାହାଚ ନିକଟରେ ପ୍ରବଳ ଭିଡ଼ ଯୋଗୁ ଭକ୍ତ ମାନେ ତାଙ୍କ ଦେହରେ ଧକ୍କା ହୋଇଯିବାରୁ ଗରମ ଅବଢ଼ା , ଡାଲି ସହ ମୂଷା ତଳେ ପଡିଯାଇଥିଲେ। ଫଳରେ ତାଙ୍କ ଦେହ ଫୋଟକା ହୋଇଯାଇଥିବା ବେଳେ ବେକ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ପୁର୍ବରୁ ମଧ୍ଯ ଏହି ସ୍ଥାନ ରେ ଅନେକ ଥର ଵୋଝିଆ ପଡ଼ି ଆହତ ହୋଇଥିବା ନଜିର ରହିଚି। ତେବେ ବୋଝିଆ ମାନେ ଯାଉଥିବା ରାସ୍ତା ରେ ଗହଳି ନିୟନ୍ତ୍ରଣ କରିବା, ଯାତାୟତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଦାବୀ ହୋଇ ଆସୁଥିବା ବେଳେ ଶ୍ରୀ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଚି। ଯାହା ଫଳରେ ବୋଝିଆ ମାନେ ପଡ଼ି ଆହତ ହେଉଥିବା ଅଭିଯୋଗ ହୋଇ ଆସୁଚି।


Post a Comment

0 Comments