Header Ads Widget



BREAKING NEWS

6/recent/ticker-posts

ଚାନ୍ଦୁଆ କାରିଗରୀ ଶାମୁକା ଶିଳ୍ପ ଏବଂ ପଟ୍ଟଚିତ୍ର ତିଆରି ଶିଖିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ


                                                                      


ପିପିଲି :  ଭାରତ ସରକାରଙ୍କର ବସ୍ତ୍ର ମନ୍ତ୍ରଣାଳୟ ବିଭାଗ ତରଫରୁ ପିପିଲିର ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପର ଉନ୍ନତି କରଣ ପାଇଁ ଜୟଜଗନ୍ନାଥ ଆପ୍ଲିକ୍ୟୁ ପ୍ରଡ଼୍ୟୁସର କମ୍ପାନୀ ପକ୍ଷରୁ ତିନି ଦିନ ଧରି ଏକ ପ୍ରଦର୍ଶନୀ ମେଳା ଏବଂ ସଚେତନତା କାଯ୍ୟକ୍ରମ ପିପିଲି ବ୍ଳକ ନହଳାପଡ଼ା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରସାନନ୍ଦ ପ୍ରଧାନ ଯୋଗ ଦେଇ ଚାନ୍ଦୁଆ ଶିଳ୍ପ ସମ୍ପର୍କରେ ନିଜର ମତ ଉପସ୍ଥାପନା କରିଥିଲେ । ପ୍ରତ୍ୟେକ ଶିଶୁ ମୁଣ୍ଡରେ କିଛି ନା କିଛି କରି ଦେଖାଇବାର ଉଚ୍ଛା ଶକ୍ତି ରହିଛି । ସେମାନଙ୍କୁ ଉଚିତ ପରାମର୍ଶ ଯୋଗାଇ ଦେଲେ ସେମାନେ ନିଜକୁ ସମାଜରେ ଗଢି ତୋଳିବା ସହିତ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରିବେ ।  ଚାନ୍ଦୁଆ ଭଳି ଶିଳ୍ପରେ ନିଜକୁ ସାମିଲ କରାଇଲେ ସେମାନେ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ । ସମ୍ମାନୀତ ଅତିଥି ଭାବରେ ଭାରତ ସରକାରଙ୍କର ବସ୍ତ୍ର ମନ୍ତ୍ରଣାଳୟର ବରିଷ୍ଠ ସହକାରୀ ନିର୍ଦ୍ଦେଶକ କୁମାର ପ୍ରମେନ୍ଦ୍ର ସିହ୍ନା ଯୋଗ ଦେଇ ଏହି ସଚେତନା କାଯ୍ୟକ୍ରମର ଆଭିମୂଖ୍ୟ କ’ଣ ରହିଛି ଚାନ୍ଦୁଆ ଭଳି ଏକ କୁଟୀର ଶିଳ୍ପକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା ଶେଷ ହେବା ପରେ ବେକାର ନ ହୋଇ କିଭଳି ଭାବରେ ନିଜକୁ ନିୟୋଜିତ କରି ନିଜକୁ ଆତ୍ମ ନିର୍ଭରଶୀଳ କରାଇ ପାରିବେ ସେ ସମ୍ପର୍କରେ ନିଜ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ଚାନ୍ଦୁଅ ଶିଳ୍ପ ପାଇଁ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି । ତେଣୁ ଯେଉଁମାନେ ଆବଶ୍ୟକତା କରିବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଶାମୁକା ଶିଳ୍ପୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୁଟୀର ଶିଳ୍ପ ରେ ଶାମୁକା ଶିଳ୍ପ ରହିଛି  ସମୁଦ୍ର ଏବଂ ନଦୀରୁ ସାମୁକା କୁ ସଂଗ୍ରହ କରି ଏଥିରେ ବିଭିନ୍ନ ପ୍ରକାରର କଳାକୃତି କରାଯାଇପାରିବ ।

                                                          


                                                           ଆଜି ଶାମୁକା କଳାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱୀକୃତି ଦେବା ସହିତ ଚିତ୍ରକଳା ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ଚାନ୍ଦୁଆ ସହିତ ଶାମୁକା ଶିଳ୍ପକୁ ଅଗ୍ରାଧିକାର ଭିତିରେ ଶିକ୍ଷା ଗ୍ରହଣ କରି କାର୍ଯ୍ୟରେ ଲଗାଇବା ପାଇଁ କହିଥିଲେ । ଅନ୍ୟତମ ଅତିଥି ଭାବରେ ନହଳାପଡ଼ା ପ୍ରଧାନ ଶିକ୍ଷକ ଅମୀୟ ରଂଜନ ରାଉତ ଯୋଗ ଦେଇ ପଟ୍ଟଚିତ୍ର କଳା ସମ୍ପର୍କରେ କହିଥିଲେ । ପଟ୍ଟଚିତ୍ର ମାଧ୍ୟମରେ ଆଜି ଅନେକ କାରୀଗର ମାନେ ନିଜକୁ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ପ୍ରତିପାଦିତ କରିପାରିଛନ୍ତି । ଜୟଜଗନ୍ନାଥ ଆପ୍ଲିକ୍ୟୁ ପ୍ରଡ଼୍ୟୁସର କମ୍ପାନୀର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଚାନ୍ଦୁଆ ଶିଲ୍ପର ଅଗ୍ରଗତି ସମ୍ପର୍କରେ ନିଜର ମତ ପୋଷଣ କରିଥିଲେ । ଏହା ସହିତ କେନ୍ଦ୍ର ଏବଂ ରାଜ ସରକାର ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ପ୍ରଶିକ୍ଷଣ ଗୃହ ଏବଂ ହସ୍ତଶିଳ୍ପ ଶିକ୍ଷା ପ୍ରଶିକ୍ଷକ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ଯଦି ଏହା ସଫଳ ରୁପାୟନ ହୁଏ ତେବେ ଚାନ୍ଦୁଆ ଶିଳ୍ପ ସହିତ ବିଭିନ୍ନ ହସ୍ତଶିଳ୍ପ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଂଚି ପାରିବ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଗିରିଜା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଚାନ୍ଦୁଆ କାରିଗରୀ ଶାମୁକା ଶିଳ୍ପ ଏବଂ ପଟ୍ଟଚିତ୍ର ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଶିକ୍ଷା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ଉତ୍ସୁକତାର ସହିତ ଶିକ୍ଷା ଗ୍ରହଣ କରିଥିଲେ । ଏହି କାଯ୍ୟକ୍ରମକୁ   ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ବେହୁରା ପରିଚାଳନା କରିଥିଲେ ।


Post a Comment

0 Comments