ପୁରୀ : ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ ଓ ପଂଚୁକ। ପଂଚୁକ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଥଲେ ଲକ୍ଷ ଲକ୍ଷ ଭକ୍ତ। ତେବେ ସବୁ କିଛି ଶୃଙ୍ଖଳିତ ଭାବେ ହୋଇଥିବାରୁ ପୋଲିସ୍ ବାହିନୀ କୁ ଧନ୍ୟବାଦ୍ ଦେଇଛନ୍ତି ପୋଲିସ୍ ଡିଜି ସୁନିଲ ବଂଶଲ। ଭକ୍ତ, ସେବାୟତ, ସ୍ବେଛାସେବୀ ଓ ଗଣମାଧ୍ୟମ ସହଯୋଗ ରେ ଏହା ସଫଳ ହୋଇଥିବା ପୋଲିସ୍ ଡିଜି କହିଛନ୍ତି। ତେବେ ପୁରୀ ଏବେ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ। ଏଣୁ ପର୍ବ ପର୍ବାଣୀ ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେଉଚି। କୋଭିଡ୍ ପରଠାରୁ ଭକ୍ତ ଙ୍କ ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି। ଚଳିତବର୍ଷ ରଥ ଯାତ୍ରା ଏହାର ଉଦାହରଣ। ତେବେ ପୁରୀ କୁ ଲକ୍ଷ୍ ଲକ୍ଷ ଭକ୍ତ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପୋଲିସ୍ ର ମୁଖ୍ୟ ଦାୟିତ୍ଵ। ଆଗାମୀ ଦିନ ରେ ନୁଆ ବର୍ଷ ଆସୁଛି। ପୁରୀ କୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ଏଣୁ ପୁଣି ପୋଲିସ୍ ପାଇଁ ଏକ ଚାଲେଞ୍ଜ ରହିଛି।
ଚଳିତ ଥର ପଞ୍ଚକ ରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଟାଉନ ଥାନା ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ସେହିପରି ମର୍ଚ୍ଚିକୋଟ ଛକ ଠାରେ ପୁରୀ ପୌରସଂସ୍ଥା ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 50 ପ୍ଲାଟୁନ ପୋଲିସ ଫୋର୍ସ, ୭ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏଏସଆଇ ଓ ଏସଆଇ ଙ୍କ ସହ ୩ଶହରୁ ଉର୍ଦ୍ଧ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଥିଲେ। ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଙ୍ଗ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା।
ଅନ୍ୟପଟେ ପଞ୍ଚକରେ ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଥିଲା ପ୍ରଶାସନ। ପଞ୍ଚକ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିଥିଲା ଅନ୍ୟପଟେ ଭକ୍ତଙ୍କ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ସ୍ବାଗତ କରିଥିଲେ ଭକ୍ତ ଓ ସେବାୟତ। ଭକ୍ତ ଙ୍କ ସୁବିଧା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଥିଲା। ବୟସ୍କ, ଦିବ୍ୟାଙ୍ଗ ଭକ୍ତ ମାନଂକୁ ସହାୟତା ପାଇଁ ସ୍ବେଛାସେବୀ ଙ୍କୁ ମୁତୟନ କରଯାଇଥିଲା।ମହାପ୍ରଭୁ ଙ୍କ ନିତି କିଭଳି ଶୃଙ୍ଖଳିତ ହୋଇ ପାରିବ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରି ଓ ସେବାୟତ ଙ୍କ ମିଳିତ ଉଦ୍ୟମ ରେ ସବୁ କାର୍ଯ୍ୟ କରାଯାଉଥିଲା ।ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ହୋଇଥଲା। ଏଥି ପାଇଁ ସ୍ଵତନ୍ତ୍ର ଭାବେ ଅଫିସର ମାନଂକୁ ମୁତୟନ କରାଯାଇଥିଲା। ସମୁଦ୍ର କୂଳ କୁ ରେ ପର୍ଯ୍ୟଟକ ଙ୍କ ଭିଡ଼ ଅଧିକ ରହୁଥିବାରୁ ଟ୍ରାଫିକ ରେଗୁଲେଶନ, ସହ ସୁରକ୍ଷା ପାଇଁ ପାଟ୍ରୋଲିଂ ହୋଇଥଲା। ପୁରୀ କୁ ଆସିଥିବା ଭକ୍ତ, ପର୍ଯ୍ୟଟକ ଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୁରୀ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ରହିଥିଲା।
0 Comments