ଭୁବନେଶ୍ୱର: ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ପ୍ରାନ୍ତ ସ୍ତରୀୟ ଭାରତ କୋ ଜାନୋ ୨୦୨୩ ଜଣା ଅଜଣା କାର୍ଯ୍ୟକ୍ରମ କିଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ଆତିଥ୍ୟରେ ଅନୁଷ୍ଠିତ ହୋଇଯାଇଛି। କିଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉଦୟ ଶଙ୍କର ଆଚାର୍ଯ୍ୟ ଏବଂ ଭାରତ ବିକାଶ ପରିଷଦ ର କ୍ଷେତ୍ରୀୟ ଯୁଗ୍ମ ମହାସଚିବ ଶୁଭାଶିଷ କର ମୁଖ୍ୟ ଅତିଥି ଭାବେ ଯୋଗ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଭାରତର ସଂସ୍କୃତି, ଐତିହ୍ୟ, ଭୌଗଳିକ ଅବସ୍ଥିତି, ବିଜ୍ଞାନ ତଥା ଆଧ୍ୟାତ୍ମ ସମ୍ପର୍କରେ ଜାଣିବାର ଆଵଶ୍ୟକତା ରହିଅଛି ବୋଲି ମତପ୍ରକାଶ କରିଥିଲେ। ଏହି ପ୍ରାନ୍ତ ସ୍ତରୀୟ ଭାରତ କୋ ଜାନୋ ୨୦୨୩ ଜଣା ଅଜଣା କାର୍ଯ୍ୟକ୍ରମରେ ଉଭୟ ବରିଷ୍ଠ ଏବଂ କନିଷ୍ଠ ବର୍ଗ ରେ ଓଡ଼ିଶାର ୨୩ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଇଥିବା ଜଣା ଅଜଣା କାର୍ଯ୍ୟକ୍ରମରେ କନିଷ୍ଠ ବର୍ଗରେ ଡିଏଭି,କଳିଙ୍ଗ ନଗର ର ସାନଭି ଓତ୍ତା ଏବଂ ମେଧିର ଷଡ଼ଙ୍ଗୀ ପ୍ରଥମ, ପ୍ରଶାନ୍ତି ଇଣ୍ଟର ନ୍ୟାସନାଲ ସ୍କୁଲ,ପୁରୀ ର ଚିରଞ୍ଜିବି ବେହେରା ଏବଂ ଶାନ୍ତନୁ ବରାଳ ଦ୍ୱିତୀୟ ହୋଇଥିବା ବେଳେ ସତ୍ୟବାଦୀ ର ଆଦିତ୍ୟ କୁମାର ମିଶ୍ର ଓ ଦିବ୍ୟ ରଞ୍ଜନ ଜେନା, ସରସ୍ବତୀ ଶିଷମନ୍ଦିର ଧର୍ମବିହାର ର ସିଦ୍ଧାର୍ଥ ମୁଦୁଲି ଏବଂ ଅଦ୍ୟାଶା ଦିତିକୃଷ୍ନ, ଏକାମ୍ର ଶିକ୍ଷା ନିକେତନ ଭୁବନେଶ୍ୱର ର ସିଦ୍ଧିରୁପା ଦଲାଇ, ଆଶୁତୋଷ ପଟାନାୟକ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ବର୍ଗରେ ଡି ଏ ଭି , ବଡ଼ବିଲ ର ଅଞ୍ଜଳି ଖୁଟେ ଓ ଆୟଷ ସିହ୍ନା ପ୍ରଥମ, ସରକାରୀ ବିଦ୍ୟାଳୟ ବ୍ରହ୍ମପୁର ର ରବି ଶଙ୍କର ପାଢ଼ୀ ଓ ଦେବାଶିଷ ବେହେରା ଦିତୀୟ ହୋଇଥିବା ବେଳେ ମହର୍ଷି ବିଦ୍ୟାମନ୍ଦିର ନୟାଗଡ ର ଅମୃତ ସ୍ୱାଭିମାନ ଏବଂ ସୁଯଲ ଖୁଣ୍ଟିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ।
କୁଇଜ ମାଷ୍ଟର ଭାବେ ଓଡିଶା ପୂର୍ଵପ୍ରାନ୍ତ ର 'ଭାରତ କୋ ଜାନୋ' ର ଆବାହକ ଦେବେନ୍ଦ୍ର ରଥ ଓ ସ୍କୋରର ଭାବେ ଓଡିଶା ପୂର୍ଵପ୍ରାନ୍ତ ର ଗଣମାଧ୍ୟମ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ ଏହି ଭାରତ କୋ ଜାନୋ ଜଣା ଅଜଣା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ 'ଆମ ଓଡ଼ିଶା' ର ସମ୍ପାଦକ ସ୍ଵରାଜ ମିଶ୍ର ଏବଂ କିଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ମିଶ୍ର ସାମ୍ନାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭାରତ ବିକାଶ ପରିଷଡ଼ର କ୍ଷେତ୍ରୀୟ ମହାସଚିବ ପୁର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା ନୁହେଁ, ସେମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତିର ଭାବନା ଜାଗରଣ ତଥା ନୈତିକ ମୁଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ 'ଭାରତ କୋ ଜାନୋ' କାର୍ଯ୍ୟକ୍ରମ ର ଆୟୋଜନ। କ୍ଷେତ୍ରୀୟ ପୃଷ୍ଠ ପୋଷକ ପ୍ରଫେସର ଡି ଡି ମିଶ୍ର, କ୍ଷେତ୍ରୀୟ ମହିଳା ସଂଯୋଜିକା ସୁପ୍ରିତି ରଥ, ପୂର୍ବପ୍ରାନ୍ତ ସଚିବ ପ୍ରଦୀପ୍ତ କୁମାର ମହାରଣା, ସଂସ୍କାର ସଚିବ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଓଡିଶା ପୂର୍ବପ୍ରାନ୍ତ ର ଉପସଭାପତି ଶ୍ରୀମତୀ ପୌର୍ଣ୍ଣମାସୀ ଦାସ, ଅର୍ଥ ସଚିବ ପ୍ରମୋଦ କୁମାର ଦାସ, ପୃଷ୍ଠପୋଷକ ଲକ୍ଷ୍ମଣ ମହାନ୍ତି, ଭୁବନେଶ୍ୱର ମହାନଗର ସଂଯୋଜକ ଜଗତ ମୋହନ ପଟ୍ଟନାୟକ, ଜଗନ୍ନାଥଧାମ ଶାଖା ସଚିବ ରାମ ଚନ୍ଦ୍ର ଦଳାଇ, ସତ୍ୟବାଦୀ ଶାଖା ପୃଷ୍ଠପୋଷକ ସୁନାକର ପତି, ଉପସଭାପତି ବିଷ୍ଣୁ ମହାରଣା, ଅର୍ଥ ସଚିବ ବିଜୟ କୁମାର ପରିଡା, ସୁନୀଲ ବେହେରା, ତାପସ୍ୱିନୀ ଦାସ, ରିତା ତ୍ରିପାଠୀ, ପଦ୍ମଲୋଚନ ମହାପାତ୍ର, ସୁଶାନ୍ତ ରଥ, ଚିନ୍ମୟୀ ରଥ, ଟିକିନା ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
0 Comments