ପିପିଲି ; ପିପିଲିବ୍ଲକ ଅଚାନକ ଗ୍ରସ୍ତ କରିଛନ୍ତି ରାଜ୍ୟ ଖାଦ୍ୟଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ । ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଇଞ୍ଜିନିୟର ଅବନିକାନ୍ତ ସାହୁ ଙ୍କ ନିର୍ଦ୍ଦେଶ ରେ ପ୍ରିୟବ୍ରତ ସାମନ୍ତରାୟ ଆଜି ପିପିଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାର୍ଡ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଗ୍ରସ୍ତ ସମୟ ରେ କମାକନ୍ତିଆ ଯୁଜିସି ବିଦ୍ୟାଳୟ, ଚନ୍ଦ୍ରା ଦେଇ ପୁର,ଶିଉଳା, ଲକ୍ଷ୍ମୀ ନାରାୟଣ ପୁର, ପ୍ରାଇମେରୀ ସ୍କୁଲ,, ତିଗିରିଆ, ବିଲିପଡା, ବାପୁଜି, ଦୁମୁକି ପୁର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟ ପରିଦର୍ଶନ ସମୟ ରେ ଉପସ୍ଥାପନ ଖାତା, ଖାଦ୍ୟର ମାନ, ବିଦ୍ୟାଳୟ ରେ ଗଛିତ ଚାଉଳ ର ମାପ ଓ ମାନ ତଦାରଖ କରିଥିଲେ । ଗ୍ରସ୍ତ କରିଥିବା କିଛି ବିଦ୍ୟାଳୟ ଗୁଡିକ ରେ ଥିବା ତ୍ରୁଟି ନଜର କୁ ଆସିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ।
ସେହିପରି କମାକନ୍ତିଆ, ଚନ୍ଦ୍ରା ଦେଇ ପୁର,, ଶିଉଳା, ମଙ୍ଗଳପୁର, ବିଲିପଡା, ନାହଳା ପଡ଼ା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି କୋମଳ ବତୀ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ,ଓଜନ ଉଚ୍ଚତା ପରୀକ୍ଷା, ସ୍ବଛତା ଓ ପରିମଳ ବ୍ୟବସ୍ଥା, ଖାଇବା ପୂର୍ବରୁ ହାତ ଧୋଇବା ବିଷୟ କୁ ତଦାରଖ କରିଥିଲେ ପ୍ରିୟବ୍ରତ । କିଛି ଅଙ୍ଗନବାଡି କେନ୍ଦ୍ର ରେ ଏଥିରେ ତୃଟି ପରିଲକ୍ଷିତ ନଜର ହୋଇ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ ପିଡ଼ିଏସ କେନ୍ଦ୍ର ମାନଙ୍କ ରେ ପହଁଚି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ପିଡ଼ିଏସ କେନ୍ଦ୍ର ଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା,, ବିବାହିତ ଓ ମୃତ ବ୍ୟକ୍ତିଙ୍କ ନାମ କୁ ଖାଉଟି କାର୍ଡ ତାଲିକା ରୁ ବାଦ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରିୟବ୍ରତ ଙ୍କ ଏଭଳି ଅଚାନକ ଗ୍ରସ୍ତ ଅନେକ ଙ୍କୁ ଭୟଭୀତ କରିଥିଲା।
0 Comments