ଭୁବନେଶ୍ୱର ; ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକରେ ମୁଁ ଗଭୀର ଭାବରେ ମର୍ମାହତ l ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିବ l ଭକ୍ତି ସଙ୍ଗୀତ କ୍ଷେତ୍ରରେ ସେ ନୂତନ ଯୁଗ ସୃଷ୍ଟି କରିଥିଲେ l ତାଙ୍କ ଗାୟନ ଓ ଭାବପୂର୍ଣ୍ଣ ଶୈଳୀ ଅନନ୍ୟ l ତାଙ୍କ କୃତି ଓ କୀର୍ତ୍ତି ପାଇଁ ସେ ଚିର ଅମର ରହିବେ l ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ପରିବାରବର୍ଗ, ଆତ୍ମୀୟ ସ୍ଵଜନ ଓ ଅଗଣିତ ସଙ୍ଗୀତ ପ୍ରେମୀଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ବିଜୁ ଜନତା ଦଳ ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା
0 Comments