Header Ads Widget



BREAKING NEWS

6/recent/ticker-posts

ବିଜେଡି ବିଜେପି ମେଣ୍ଟ ର ଫାଇଦା ନେବା ପାଇଁ ପ୍ରସ୍ତୁତ ହେଲାଣି କଂଗ୍ରେସ।

                                                                         


ପୁରୀ : ରାଜ୍ୟ ରାଜନୀତିରେ ପିପିଲି  ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଥାଏ । ପୁରୀ ଜିଲ୍ଲା ପିପିଲି ବିଧାନସଭା ଆସନ। ଏବେ ଠାରୁ 2024  ସାଧାରଣ ନିର୍ବାଚନ ନିମନ୍ତେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି I ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାଥୀ ମାନଙ୍କ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି I କିଭଳି ନିର୍ବାଚନ ବୈତରଣୀ ପାର ହେବେ ରଣନୀତି ସେଥି ପାଇଁ  ସବୁ ଦଳ ପ୍ରସ୍ତୁତ ଚଳାଇ ଥିଲାବେଳେ ଏବେ  ପିପିଲିରେ ଦେଖା ଦେଲାଣି ରାଜନୈତିକ କର୍ମୀ ବୈଠକ । ପିପିଲି ନିର୍ବାଚନ ମଣ୍ଡଳୀରେ ରହିଛି 46ଟି ପଂଚାୟତ ସହିତ ପିପିଲି ଏନ.ଏ.ସି I ସେଥି ମଧ୍ୟରୁ ପିପିଲି ବ୍ଲକ ଅଧୀନ ସମସ୍ତ 25 ଗୋଟି ପଞ୍ଚାୟତ ସହିତ ପିପିଲି ଏନ. ଏ. ସି ଏବଂ ଡେଲାଙ୍ଗ  ବ୍ଲକ 21 ଟି ପଞ୍ଚାୟତ ରହିଛି ।ସମ୍ଭାବ୍ୟ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ପରେ ଉତ୍ସାହିତ ପିପିଲି କଂଗ୍ରେସ  ।  ବିଜେପି ବିଜେଡି ମେଣ୍ଟ ହେଲେ କଂଗ୍ରେସ କୁ ଫାଇଦା ମିଳିବ ବୋଲି ଆଶା ରଖିଛି କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ  ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ   ନେତୁତ୍ବ ପିପିଲି ସୁଆବରାଇ ଠାରେ   ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ ସାଙ୍ଗଠନିକ ବୈଠକ । ବିଜେଡି ଓ ବିଜେପି ମେଣ୍ଟ  କଂଗ୍ରେସକୁ କେବଳ ପିପିଲି ନୁହେଁ  ସାରା ଓଡିଶାରେ  ଫାଇଦା ଦେଵ ବୋଲି କଂଗ୍ରେସ ନେତା  ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।  ଆଜି ସୁଆବରାଇ           ବେଲେଶ୍ଵର ମହାଦେବ ପ୍ରାଙ୍ଗଣରେ  କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ  କଂଗ୍ରେସ କର୍ମୀ  ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧୀରେ ଧୀରେ ବିଜୁ ଜନତା ଦଳ ପ୍ରତି ଲୋକପ୍ରିୟତା ହ୍ରାସ ପାଉଥିବାରୁ କଂଗ୍ରେସ ଦଳରୁ ବିଜେପି ଓ ବିଜେଡ଼ି କୁ ଦଳକୁ ଯାଇଥିବା କର୍ମୀମାନେ ଏବେ ପୁଣି ଦଳକୁ ଫେରିବେ ବୋଲି କହିଥାନ୍ତି କର୍ମୀମାନେ ।


Post a Comment

0 Comments