ନିମାପଡ଼ା ; ସ୍ବାଭିମାନ ନା ସ୍ଵାର୍ଥ । ନିମାପଡ଼ା ରେ ଦିଲ୍ଲୀପ ଙ୍କ ବାରମ୍ବାର ଦଳ ପରିବର୍ତ୍ତନ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି। ଗତକାଲି ଅଚାନକ ହାତ ଗଣତି ଲୋକଙ୍କୁ ଏକାଠି କରି ବିଜେପି ରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ । ଦଳ ପାଇଁ ଗୁଣ୍ଡୁଚି ମୂଷା ଭଳି କାମ କରୁଥିବା ସ୍ବାଭିମାନ ଦିଲ୍ଲୀପ ବାବୁ ଙ୍କୁ ଟିକେଟ ନ ମିଳିବାରୁ ସେ କୁଆଡେ ଦଳ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମାଜସେବୀ ଭାବରେ ଉଭା ହୋଇଥିବା ଦିଲ୍ଲୀପ ବିଜେଡି ଓ ବିଜେପି ଉଭୟ ଦଳରୁ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକ କହି ବୁଲୁ ଥିଲା ବେଳେ ହଠାତ କଂଗ୍ରେସ ଟିକେଟ ରେ ନିର୍ବାଚନ ଲଢ଼ିଥିଲେ । ନିମାପଡ଼ା ଭୋଟର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ୩୩ହଜାର ୫ଶହ୭୬ ଭୋଟ ଦେଇଥିଲେ । ମାତ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ମାତ୍ର କେଇ ଦିନ ନ ପୁରୁଣୁ ଦିଲ୍ଲୀପ ନାୟକ କଂଗ୍ରେସ ହାତ ଛାଡ଼ି ବିଜେପି ରେ ମିଶି ଥିଲେ ।
ବିଜେପି ରେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ଦିଲ୍ଲୀପ ଙ୍କୁ ଟିକେଟ ନ ମିଳିବାରୁ ଗତକାଲି ବିଜେପି ରୁ ଇସ୍ତଫା ଦେଇ ତାଙ୍କ ରଣନୀତି କଣ ହେବ ପବନ କୁଆଡ଼େ ବହିବ କହୁଥିବା ଦିଲ୍ଲୀପ ମାତ୍ର କେଇ ଘଣ୍ଟା ମଧ୍ୟରେ ନିମାପଡ଼ା ବିଧାୟକ ସମୀର ଙ୍କ ସହିତ ଆଲୋଚନା କରି ବିଜେଡି ରେ ମିଶିବା ପାଇଁ ଆଲୋଚନା କରିଥିଲେ । ସେପଟେ ଗତକାଲି ବିଧାୟକ ଟିକେଟ ନ ମିଳିବାରୁ ବିଜେପି ଦଳ ଛାଡ଼ି ଥିବା ଦିଲ୍ଲୀପ ଙ୍କ ବିଜେଡି ରେ ମିଶ୍ରଣ ପୂର୍ବରୁ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ତାଙ୍କ ପାଇଁ ପଦ ବଡ଼ ନୁହେଁ ସେବା ଆମ ପାଇଁ ବଡ଼, ବିଜେପି କୁ ନିମାପଡ଼ା ରେ ଧୂଳି ଚଟାଇବୁ ବୋଲ ଦିଲ୍ଲୀପ କହିଛନ୍ତି । ଅନ୍ୟପଟେ ଆଜି ବିଜେଡ଼ି ରେ ବିଧିବଦ୍ଧ ଭାବେ ମିଶିଥିବା ଦିଲ୍ଲୀପଙ୍କୁ ନିମାପଡ଼ା ଭୋଟର କେତେ ଦୂର ଗ୍ରହଣ କରୁଛନ୍ତି ତା ତ ସମୟ କହିବ ? କିନ୍ତୁ ଦିଲ୍ଲୀପ ଙ୍କ ବାରମ୍ବାର ଦଳ ପରିବର୍ତ୍ତନ କୁ ନିମାପଡ଼ା ର ସ୍ବାଭିମାନ ଭୋଟର କେତେ ଦୂର ଗ୍ରହଣ କରିବେ ତାହା ଉପରେ ରହିଛି ସମସ୍ତ ଙ୍କ ନଜର।
0 Comments