Header Ads Widget



BREAKING NEWS

6/recent/ticker-posts

ନେତାଙ୍କୁ ଦେଲାଣି ଟିକେଟ ଟେନ୍ସନ

                                                                      


 ନିମାପଡ଼ା ;  ନେତାଙ୍କୁ ଦେଲାଣି ଟିକେଟ ଟେନ୍ସନ ।   ବିଜେଡି ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନିମାପଡ଼ା ଓ କାକଟପୁର  ପାଇଁ ପାର୍ଥି ତାଲିକା ଘୋଷଣା ନ କରି ବିଜେଡି ର ପ୍ରାର୍ଥୀ କିଏ ହେବ  ସେ ନେଇ ସସପେନ୍ସ ଜାରି ରଖିଛନ୍ତି । ବିଜେଡ଼ି ର ଏକାଧିକ ଆଶାୟୀ ତାଲିକା ଘୋଷଣା ରେ ବିଳମ୍ବ ର ମୁଖ୍ୟ କାରଣ କୁହାଯାଉ ଥିବା ବେଳେ  ବିଜେଡି ରୁ କିଏ ପାଇବ ଟିକେଟ କାହା ନେତୁତ୍ବ ରେ ବିଜେଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇବ  ସେ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ରାଜ୍ୟ ରାଜନୀତି ର ହେଭିଓଏଟ ନେତା  ତଥା ନିମାପଡ଼ା ବିଧାୟକ   ସମୀର ରଂଜନ ଦାଶ ଟିକେଟ ପାଇ ନିର୍ବାଚନ ଲଢ଼ିବା ପାଇଁ ଆଶା ବାନ୍ଧି ବସିଥିବା ବେଳେ ବିଜେଡି ଟିକେଟ ରେ  ନିମାପଡ଼ା ରୁ  ଜିତେନ୍ଦ୍ର ମହାନ୍ତି ଓରଫ ଜିତୁ ମହାନ୍ତି, ସୁବ୍ରତ ଛାଟୋଇ ଭଳି ନେତା ଏହି ଟିକେଟ ଦୌଡ଼ ରେ ରହିଛନ୍ତି । ଯାହା ଟିକେଟ ଘୋଷଣା ରେ ବିଳମ୍ବ  ହୋଇ ପାରେ ବୋଲି ଆଲୋଚନା ହେଉଛି ।  ଏହି ସମୟ ରେ ବିଜେପି ରୁ  ଇସ୍ତଫା ଦେଇ ବିଜେଡି ରେ ସାମିଲ ହୋଇଛନ୍ତି ଦିଲ୍ଲୀପ ନାୟକ ।ସେ ବିଜେପି ରୁ ବିଧାୟକ ଟିକେଟ ନ ପାଇବା କାରଣ ରୁ ବିଜେପି ପରିତ୍ୟାଗ କରିଥିଲେ ।ସେ ମଧ୍ୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସୁପ୍ରିମୋ ନିମାପଡ଼ା  ପାଇଁ ଟିକେଟ ଘୋଷଣା ନ କରି ବିଳମ୍ବ କରିବା ନେତା ଙ୍କ ହାଟ ବିଟ ବଢ଼ାଇ ସାରିଲାଣି।କେବଳ  ନିମାପଡ଼ା ପାଇଁ ନୁହେଁ  କାକଟପୁର ରେ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ , ଟିକେଟ ଦୌଡ଼ ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ  କାକଟପୁର ର ପୂର୍ବତନ ବିଜେଡି ବିଧାୟକ ଟିକେଟ ଦୌଡ଼ ରେ ରହିଥିବା ବେଳେ  ଏ ପର୍ଯ୍ୟନ୍ତ  ବିଜେଡ଼ି ଟିକେଟ ଘୋଷଣା ନ କରିବା   ଘଟଣା ନେତା ଙ୍କ ଠାରୁ ଆରମ୍ଭ କରି  କର୍ମୀ ଙ୍କ ମଧ୍ୟରେ ଛାନିଆ ଭରିଲାଣି । ତେବେ ନିମାପଡ଼ା ଓ କାକଟପୁର ରେ ପୁରୁଣା କୁ ସୁପ୍ରିମୋ ମଇଦାନକୁ ଓହ୍ଲାଉଛନ୍ତି ନା ସବୁ ସମୟ ଭଳି ସମସ୍ତ ଙ୍କୁ ଚକମା ଦେଖାଉଛନ୍ତି ତାହା ଉପରେ ରହିଛି ସମସ୍ତ ଙ୍କ ନଜର ।


Post a Comment

0 Comments