ପୁରୀ; ସତ୍ୟବାଦୀ ରେ ବଦଳୁଛି ରାଜନୈତିକ ସମୀକରଣ ।ବିଭିନ୍ନ ରାଜନୈତିକ ଦଳ ଛାଡ଼ି ସଂଜୟ ଙ୍କ କ୍ୟାମ୍ପ ରେ ଯୋଗ ଦେଉଛନ୍ତି ନେତା ଓ କର୍ମୀ । ସଞ୍ଜୟ ଙ୍କ ଉପରେ ଆସ୍ଥା ପ୍ରକଟ କଲେଣି ସତ୍ୟବାଦୀ ବାସୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଜୟ ଙ୍କୁ ସତ୍ୟବାଦୀ ପାଇଁ ବିଜେଡି ଟିକେଟ ପ୍ରଦାନ କରିବା ପରେ ବିରୋଧୀ କ୍ୟାମ୍ପ ରୁ ନେତା ଓ କର୍ମୀ ସଞ୍ଜୟ ଙ୍କ ସହିତ ନିଜକୁ ସାମିଲ କରୁଛନ୍ତି । ବିଶେଷ କରି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ବିଜେଡ଼ି ରେ ନିଜକୁ ସାମିଲ କରୁଥିବା ବେଳେ ସ୍ଥାନୀୟ ନେତୁତ୍ବ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ), ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା କରୁଛନ୍ତି ସତ୍ୟବାଦୀ ଜନସାଧାରଣ । ଆଜି ପୁରୀ ହଲିଡ଼େ ରେସୋର୍ଟ ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଶହ ଶହ ସଂଖ୍ୟା ରେ ବିଜେଡି ରେ ନିଜକୁ ସାମିଲ କରିଛନ୍ତି ।
ସୂଚନା ଅନୁସାରେ ଆଜିର ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ୩୧ନଂ ଜୋନ ଜାନକୀ ବରାଳ, ଜୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାପାତ୍ର, ବିଜୟ ମହାନ୍ତି ପୂର୍ବତନ ସରପଞ୍ଚ ସୁକଳ, ସାବିତ୍ରୀ ବରାଳ ପୂର୍ବତନ ସମିତି ସଭ୍ୟ ମଧୁବନ, ପୂର୍ବତନ ସମିତି ସଭ୍ୟ ମଧୁବନ ପ୍ରମୋଦ କୁମାର ବରାଳ, ଆଶିଷ କୁମାର ସତପଥି ଯୁବ ନେତା ଜୟପୁର ପଞ୍ଚାୟତ, ଅର୍ଜୁନ କୁମାର ମହାପାତ୍ର ନରେନ୍ଦ୍ର ପୁର ପଞ୍ଚାୟତ ବିଜେପି ନେତା, ରାଜକିଶୋର ମହାପାତ୍ର ସୁକଳ ପଞ୍ଚାୟତ ବିଜେପି ନେତା, ସୁନିଲ ମିଶ୍ର ନୂଆ ସୋମେଶ୍ୱର ପୁର ବିଜେପି ନେତା, କଣାସ ବ୍ଲକ ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦିଲିପ ପଲେଇ, ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ କଂଗ୍ରେସ ସଭାପତି ରାଜକିଶୋର ପରିଡ଼ା, କୃଷ୍ଣମୋହନ ଛୋଟରାୟ ପୂର୍ବତନ କଂଗ୍ରେସ ସଭାପତି, ଅଭିଷେକ ମହାନ୍ତି, ସମ୍ପଦ ସାମନ୍ତରାୟ, ସୁନିଲ କୁମାର ସାହୁ, ବୁଲୁ ସାହୁ, ନାଗାର୍ଜୁନ ସେନାପତି, ଦୁଃସାଶନ ମାଝୀ, କଣାସ ପଞ୍ଚାୟତ ବିଜେପି ବରିଷ୍ଠ ନେତା ବଳିଆ ଜେନା, ବିଚି ଜେନା, ବୈଦ୍ୟନାଥ ମାଝୀ, ଦୈଇ ମାନସିଂହ, ଯୁବ ନେତା ଦିପୁ ଜେନା, ଲିପୁ ଜେନାଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକ ଶତାଧିକ ବିଜେପି ଓ କଂଗ୍ରେସ ବରିଷ୍ଠ ନେତା ଏବଂ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ରାଉତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ ସାହୁ, କଣାସ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତ ଏବଂ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ବରିଷ୍ଠ ନେତା ବୁଲୁ ସତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିଛନ୍ତି। ଆଜିର ଏହି ମିଶ୍ରଣ
0 Comments