Header Ads Widget



BREAKING NEWS

6/recent/ticker-posts

ଜାଗୃତି ମହୋତ୍ସବ ୨୦୨୪ ୨ୟ ୨ୟ ସଂଧ୍ୟା,

  

                           


 

ପିପିଲି –ରାଷ୍ଟ୍ରିୟ ନବବର୍ଷ ପାଳନ ଉପଲକ୍ଷେ ପିପିଲି ବଜାର ମେଳନ ପଡିଆ ଠାରେ ପିପିଲିର ଅଗ୍ରଣୀ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପଞ୍ଚଦଶ ଜାଗୃତି ମହୋତ୍ସବ ୨୦୨୪ ବୁଧବାର ୨ୟ ସଂନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଡଗିଷ୍ଟି  ଆସୋସିଏସନର ମୁଖ୍ୟ ଡାକ୍ତର ରଥିନ୍ଦ୍ର ଦତ୍ତ ଓ ମୁଖ୍ୟ ବକ୍ତା ଭାବେ ଚର୍ଚ୍ଚିତ କୁନି ପ୍ରବଚକ କେଶବ ଦାଶ ଦ୍ୱୀତିକୃଷ୍ନ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଓ ଅଧ୍ୟାତ୍ମିକ ଚେତନା ସଂମ୍ପର୍କରେ ଆଲୋକପାତ କରି ୧୫ବର୍ଷ ଧରି ପଳନ ହେଉଥିବା ଭାରତୀୟ ନବବର୍ଷର ସଂସ୍କୃତି ପରମ୍ପରା ସହ ଭାତୃତ୍ୱ ର ଏହି ମହୋତ୍ସବ କୁ ବହୁ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ସ୍ୱାଧିନ କୁମାର ସାହୁ, ଡାକ୍ତର ମନୋରଂଜନ ରାଉତ, ଅଭିନେତ୍ରୀ ବିଏମ ବୈଶାଳୀ, ଅଭିନେତା ଅଶ୍ୱିନୀ କୁମାର ବ୍ରହ୍ମା, କଣ୍ଠଶିଳ୍ପୀ ସରୋଜ ଜେନା, ଦମନ ଚଳଚିତ୍ର କଣ୍ଠଶିଳ୍ପୀ ଅନୁରାଗ ଦାଶ , କଣ୍ଠଶିଳ୍ପୀ ଅନାମ କୁମାର, ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ , ରେଡିଓ ଗୀତିକାର ବୃନ୍ଦାବନ ଜେନା, ଇଂ ନଟବର ବିଶ୍ୱାଳ, ଉପଦେଷ୍ଟା ବାମଦେବ ମିଶ୍ର  ପ୍ରମୁଖ ଯୋଗ ଦେଇ ଭାରତୀୟ ନବ ବର୍ଷ ପାଳନର ତାପ୍ତର୍ଯ୍ୟରେ ଆଲୋକପାତ କରିଥିଲେ । ମଂଚରେ ଓଡିଶାର ନାଟ୍ୟ କଳାକାର ସୁରେନ୍ଦ୍ର ପୁଷ୍ପାଳକ ,ସ୍ଥାନୀୟ ନୃତ୍ୟଗୁରୁ ମନୋରମା ସାହୁ ଓ ଗଜେନ୍ଦ୍ର ବେହେରା ଙ୍କ ସହ ପିପିଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୈାକନ ପୁଷ୍ପଗୁଛ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସ୍ଥାନୀୟ ମଙ୍ଗଳପୁର ଶ୍ରୀବିଣାକେଶ୍ୱରୀ ନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଢଗଢମାଳି ନୃତ୍ୟ  ପରିବେଶଣ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିବା ବେଳେ ସ୍ଥାନୀୟ ପ୍ରାଚିସଂଗୀତ ବିଦ୍ୟାଳୟର କଳାକାରଙ୍କ ଦ୍ୱାରା ଜାଗୃତି ନୃତ୍ୟାଞ୍ଜଳୀ , ଓଡିଶୀ, ସମ୍ବଲପୁରୀ ନୃତ୍ୟ ଓ ମ୍ୟାଜିକ ସିଆନ ଚନ୍ଦନ ଦାଶଙ୍କ ଦ୍ୱାରା ମ୍ୟାଜିକ ଶୋ ଆଦି ଉପସ୍ଥିତ ଅଗଣିତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତେବେ ସଭାରେ ଜାଗୃତି ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ରଚିତ ଅଧ୍ୟାପକ ସଚ୍ଚିକାନ୍ତ ନାୟକଙ୍କ ନିଦ୍ଧେର୍ଶନାରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସଂପାଦକ ବିଭୁନି ସାମନ୍ତରାୟଙ୍କ ସହ ଜାଗୃତି ସଂଗଠନର ସମସ୍ତ ସଭ୍ୟ ସଭ୍ୟା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Post a Comment

0 Comments