ପିପିଲି –ରାଷ୍ଟ୍ରିୟ ନବବର୍ଷ ପାଳନ ଉପଲକ୍ଷେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ବଜାର ମେଳନ ପଡିଆ ରେ ତିନି ଦିନିଆ ପଞ୍ଚଦଶ ଜାଗୃତି ମହୋତ୍ସବ ୨୦୨୪ ମଙ୍ଗଳ ବାର ଦିନ ଉଦଘାଟିତ ହୋଇଯାଇଛି । ଉତ୍ସବରେ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭି-ଗାର୍ଡ ଓଡ଼ିଶା ମୁଖ୍ୟ ସୁମନ୍ତ କୁମାର ପ୍ରଧାନ , ସମ୍ମାନିତ ଅତିଥି ହାଇଟେକ୍ ମେଡିକାଲ୍ କଲେଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାଲକିନ ବେହେରା , ବାସୁଦେବ ବେହେରା ଯୋଗଦେଇ ରାଷ୍ଟ୍ରସୃଷ୍ଟି ଦିନ ଭାବନାରେ ଭଗବାନ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ସହ କ୍ଷେତ୍ରୀୟ ପ୍ରଚାରକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜଗଦୀଶ ପ୍ରସାଦ ଖାଡେଙ୍ଗା , ଅତିଥି ଭାବେ ଶିକ୍ଷା ବିତ ସୋନମ୍ ମହାପାତ୍ର ପ୍ରମୁଖ ଯୋଗ ଦେଇ ଭାରତୀୟ ନବବର୍ଷର ସଂସ୍କୃତି ପରମ୍ପରା ର ଏହି ଉତ୍ସବକୁ ବହୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଡଃ. ସଚ୍ଚୀକାନ୍ତ ନାୟକ , ଉପଦେଷ୍ଟା ମଣ୍ଡଳୀ ଇଂ ରମେଶ ସତପଥୀ, ବାମଦେବ ମିଶ୍ର , ରଘୁନାଥ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ କୃଷକ ରତ୍ନ ସମ୍ମାନ ରେ ଲଛମନ ଦଳେଇ ଙ୍କୁ ସମ୍ମାନିତ କରାଯାଇଥିଲା।ଏହାସହ ପରିବେଶ ବିତ୍ତ ପୂର୍ବି ପୁଣ୍ଣାସା ମିଶ୍ର, ନୃତ୍ୟ ଗୁରୁ ଜଗନ୍ନାଥ ମଲ୍ଲିକ , ସିନେ ଅଭିନେତ୍ରୀ ତୃପ୍ତି ମିରାମ୍ବିକା ଙ୍କୁ ଜାଗୃତି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରାଚିସଂଗୀତ ବିଦ୍ୟାଳୟର କଳାକାର ଙ୍କ ଦ୍ୱାରା ଓ ଓଡିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । କଳାକାର ମାନଙ୍କ ଦ୍ଵାରା ଜାଗୃତି ନୃତ୍ୟାଞ୍ଜଳି ପରିବେଷଣ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲ। । କାର୍ଯ୍ୟକ୍ରମରେ ଅନୁଷ୍ଠାନର ମିଡିଆ ଆବାହକ ତଥା ସାମ୍ବାଦିକ ମନୋରଂଜନ ମହାପାତ୍ରଙ୍କ ଦ୍ୱାରା ମହୋତ୍ସବ ସଂନ୍ଧ୍ୟାରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିବା ବେଳେ ସମାଜସେବୀ ଇଂ ଜେନାମଣି ଆଶିଷ ଜେନା ସମ୍ବର୍ଦ୍ଧନା ପାଠ କରିଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ବିଭୁନି ସାମନ୍ତରାୟ , ଉପସଭାପତି ମନୋଜ ପ୍ରଧାନ, ବିକାଶ ଅଗ୍ରୱାଲ, ମାନସ ମହାପାତ୍ର, ମୁନୁ ଅଗ୍ରୱାଲ, ପ୍ରଫୁଲ୍ଲ ସାହୁ , ବାପୁ ବେହେରା, ସମ୍ପଦ ମହାପାତ୍ର, ଚନ୍ଦନ ମହାନ୍ତି, ଗଜେନ୍ଦ୍ର ବେହେରା, ସର୍ବେଶ୍ୱର ବୈଠାରୁ , ସୌମ୍ୟରଞ୍ଜନ ବେହେରା ଙ୍କ ସହ ଜାଗୃତି ସଂଗଠନର ସମସ୍ତ ସଭ୍ୟ ସଭ୍ୟା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
0 Comments