Header Ads Widget



BREAKING NEWS

6/recent/ticker-posts

ରଜ,ରଜ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ

                                                                        



ANCHOR-ଅ।ଜି ହେଉଛି ପହଲି ରଜ,ରଜ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ ।ଗାଁ ଠାରୁ ସହର ସବୁ ଠାରେ  ଗଣ ପର୍ବ ରଜ ପାଳିତ ହେଉଥିବା ବେଳେ ପିପିଲି ର ଗ୍ରାମାଞ୍ଚଳରେ   ଗଣପର୍ବ ରଜକୁ ପାଳିଛନ୍ତି  ଝିଅ ଙ୍କ ସହିତ ମହିଳା ମାନେ । ପିପିଲି ଆରୁହା ଗ୍ରାମରେ ଲାଗିଛି ଗହଳ ଚହଳ,  ହୋହଲ୍ଲା ହସଖୁସି  ନାଚରେ  ଦୁଲୁକୁଛି ଗାଁ ଦାଣ୍ଡ, । ଗାଁ ତୋଟାରେ କବାଡି ଖେଳ ଓ ତାସ ପାଲିର ଆସର ।  ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ  ପାଳନ କରିଛନ୍ତି ପିପିଲି ଆରୁହା ଗ୍ରାମର ଝିଅ  ଓ ବୋହୂମାନେ । ବର୍ଷ ବର୍ଷର  ଏହି ପୁରାତନ ପରଂପରାକୁ ଭୁଲି  ନାଁହାନ୍ତି ଏମାନେ ,ପରଂପରା କୁ ବଜାୟ ରଖିଛନ୍ତି  । ରଜ ଦୋଳି ସହିତ ପୁଚିଂର ମଜା ଉଠାଇବା ସହିତ ପରସ୍ପରକୁ ରଜ ପାନ ଖୁଆଇ ରଜ ପର୍ଵର ମଜା ଉଠାଇଛନ୍ତି । ଗାଁ ତୋଟା ରେ ଘରେ ପ୍ରସ୍ତୁତ କରାଯାଇ ଥିବା ପିଠା ପଣା କୁ ନିଜ ଘରୁ ଆଣି ଏଠାରେ ସମସ୍ତେ ଏକାଠି ଖାଇ ଦିନ ତମାମ ରଜ ଦୋଳି ର ମଜା ଉଠାଇଥାନ୍ତି ସମସ୍ତେ । ତାସ, ଲୁଡୁ,କବାଡି, ଭଳି ଖେଳ ପାଇଁ ଗାଁ ଦାଣ୍ଡ   ହୋଇ ଉଠିଛି ଉତ୍ସବ ମୁଖର । ଘରେ ଘରେ ପିଠାପଣାର ମହକ ସାଙ୍ଗକୁ  ବର୍ଷ ବର୍ଷର ଓଡିଶାର କଳାସଂସ୍କୃତି ର ପର୍ବ କୁ ବେଶ ମନଭରି ଉପଭୋଗ  କରୁଥିବା କହିଛନ୍ତି ଆରୁହା ଗ୍ରାମର ଶିଳ୍ପା ଖଟେଇ  ବିୟୁଟି ପଲେଇ, ପ୍ରଜ୍ଞା  ଓ ଅନ୍ୟମାନେ


                                    କେବଳ ଆରୁହା  ଗ୍ରାମ ନୁହେଁ   ଓଡିଶାର ସାମାଜିକ ପର୍ଵ ଓ ଗଣ ପର୍ଵ କହିଲେ ରଜକୁ ବୁଝାଇଥାଏ,ରଜ  ପର୍ଵ କୁ ଗାଁ ଠାରୁ ସହର ସବୁଅ।ଡେ ପାଳନ କରାଯାଏ, ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି ରଜ ପର୍ବ,ଯାହା ପାଇଁ ବେଶ ଉତ୍ସାହିତ ଅଛନ୍ତି ସମସ୍ତେ। ସେପଟେ ଏହି ପର୍ବ କେବଳ ଓଡ଼ିଶାର ଏକ ଗଣ ପର୍ବ ନୁହେଁ  ରଜ ଏକ କୃଷି ଭିତ୍ତିକ ପର୍ବ ବୋଲି  କହିଛନ୍ତି  ବୁଦ୍ଧିଜୀବୀ ଗନ୍ଧର୍ବ  ଦଳେଇ  । ବର୍ଷ ବର୍ଷ ଧରି ଏହି ଆରୁହା ଗ୍ରାମରେ ରଜ ପର୍ବ କୁ ସମସ୍ତେ  ଏକାଠି ହୋଇ ପାଳନ କରିଥାଉ , ପିଲା ମାନଙ୍କ ପାଇଁ ବିଭିନ୍ନ ପିଠାର ଆୟୋଜନ କରି ଥାଉ । ପ୍ରତ୍ୟେକ ଦିନ ଏଠାରେ ଏକତ୍ରିତ ହୋଇ ରଜ ଉତ୍ସବ ପାଳନ କରି ଆସୁଅଛୁ ବୋଲି ଆରୁହା ଗ୍ରାମର ଗୃହିଣୀ ସୁଲୋଚନା ଦଳେଇ କହିଛନ୍ତି। ଓଡ଼ିଆ ମାନଙ୍କ ଅନେକ ପର୍ବ ମଧ୍ୟ ରେ ରଜ ପର୍ବ ର ବିଶେଷତ୍ବ ରହିଥିବା ବେଳେ ରଜ କୁ ସବୁ ବର୍ଗ ଓ ଧମାଲମ୍ବୀ ପାଳନ କରି ଖୁସି ମନାଉଛନ୍ତି । 


Post a Comment

0 Comments