ପୁରୀ : ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚମକିଲେ ପିପିଲି ର ଟିମ ଟାଇକୋଣ୍ଡୋ ଖେଳାଳୀ । କ୍ୟୁରୋଗୀ ଓ ପୁମ୍ସି ରେ ଚମତ୍କାର ଖେଳ ପ୍ରଦର୍ଶନ କରି ଆଣିଛନ୍ତି ପିପିଲି ପାଇଁ ଗୌରବ । ୫ଟି ସୂର୍ଣ୍ଣ ,୪ଗୋଟି ରୌପ୍ୟ ଓ ୮ଗୋଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ଏହି ଖେଳାଳି ମାନେ । ଟିମ ଟାଇକୋଣ୍ଡୋ ର ସର୍ବମୋଟ ୯ଜଣ ଖେଳାଳୀ ଏହି ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ ସର୍ବମୋଟ ୧୭ଟି ପଦକ ହାସଲ କରି ପିପିଲି ପାଇଁ ଗୌରବ ଆଣିଛନ୍ତି । କ୍ୟୁରୋଗୀ ପୁରୁଷ ବିଭାଗ ରେ ପିପିଲି ଟିମ ଟାଇକୋଣ୍ଡୋ ର ହିତ୍ରମ ପ୍ରିୟଦର୍ଶୀ ସୂର୍ଣ୍ଣ , କ୍ରିଷ୍ଣା ସେଠୀ ସୂର୍ଣ୍ଣ, ଗୋବିନ୍ଦ ଚରଣ ବେହେରା,ସୁବତ୍ର ପ୍ରଧାନ ରୌପ୍ୟ, ମହମ୍ମଦ ସାଦ ଅନଓର ବ୍ରୋଞ୍ଚ, ହୋଇଥିଲା ବେଳେ କ୍ୟୁରୋଗୀ ରେ ମହିଳା ବିଭାଗ ରେ ସ୍ଵାଗତିକା ସାମନ୍ତରାୟ ସୂର୍ଣ୍ଣ, ବିଶ୍ଵରୂପା ପ୍ରଧାନ ବ୍ରୋଞ୍ଚ, ଲକ୍ଷ୍ମୀ ପ୍ରିୟା ଘଡେଇ ରୌପ୍ୟ, ପଦକ ହାସଲ କରିଛନ୍ତି । ସେହିପରି ପୁମ୍ସି ରେ ହିତ୍ରମ ବ୍ରୋଞ୍ଚ, ବିଶ୍ଵରୂପା ପ୍ରଧାନ ସୂର୍ଣ୍ଣ, ଗୋବିନ୍ଦ ଚରଣ ବେହେରା ବ୍ରୋଞ୍ଚ,କ୍ରିଷ୍ଣା ସେଠୀ ସୂର୍ଣ୍ଣ, ସୁବ୍ରତ ପ୍ରଧାନ ବ୍ରୋଞ୍ଚ, ସ୍ଵାଗତିକା ସାମନ୍ତରାୟ ବ୍ରୋଞ୍ଚ,ଲକ୍ଷ୍ମୀ ପ୍ରିୟା ଘଡେଇ ରୌପ୍ୟ, ମହମ୍ମଦ ସାଦ ଅନଓର ବ୍ରୋଞ୍ଚ,ଶ୍ରୁତି ରେଖା ପ୍ରଧାନ ବ୍ରୋଞ୍ଚ ପଦକ ହାସଲ କରି ପିପିଲି ପାଇଁ ଗୌରବ ଆଣିଛନ୍ତି ।
ପୁରୀ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିନିଆ ଏହି ଶିବିରରେ ପୁରୀ ଜିଲ୍ଲାର ୧୧ ଗୋଟି ଟାଇକୋଣ୍ଡୋ ଟିମ ର ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ବେମୋକେଶ ଟାଇକୋଣ୍ଡୋ ଏକାଡେମୀ ଓ ପୁରୀ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ଶିବିରରେ ଅତିଥି ଭାବେ ଓଡ଼ିଶା କ୍ରୀଡା ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ମନମୋହନ ଭଂଞ୍ଜ, ଧବଳେଶ ମହାପାତ୍ର,ବେମୋକେଶ ଅଭିଳାଷ ପ୍ରସାଦ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଦିନିଆ ଏହି ଶିବିର କୁ ଅଭିଜ୍ଞ ରେଫରି ଙ୍କ ଦ୍ଵାରା ପରିଚାଳନା କରାଯାଇ ଥିବା ବେଳେ କ୍ୟୁରୋଗୀ ଓ ପୁମ୍ସି ରେ ସଫଳତା ହାସଲ କରିଥିବା ଖେଳାଳୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପରେ ସେଠାରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳି ମାନେ ଓଡ଼ିଶା ପାଇଁ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଓଡ଼ିଶା ଟାଇକୋଣ୍ଡୋ ର ରାଜ୍ୟ ସମ୍ପାଦକ ମନମୋହନ ଭଂଞ୍ଜ ।
ସେପଟେ ଟିମ ଟାଇକୋଣ୍ଡୋ ରେ ସଫଳତା ହାସଲ କରିଥିବା ଖେଳାଳୀ ମାନଙ୍କୁ ପିପିଲି ରେ ଶିକ୍ଷାବିତ ତଥା ବରିଷ୍ଠ ଟାଇକୋଣ୍ଡୋ ଖେଳାଳୀ କାର୍ତ୍ତୀକ ବେହେରା ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ଟିମ ଟାଇକୋଣ୍ଡୋ ର ଏହି ସଫଳତା ପଛରେ କୋଚ ଉପେନ୍ଦ୍ର ଘଡେଇ ଓ ଦେବାଶିଷ ସିଂ ରାୟନ ଙ୍କ ପ୍ରମୁଖ ଭୂମିକା ରହିଛି ।
0 Comments