ପୁରୀ ; ପୁରୀ ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ନିର୍ମାଣ ସ୍ଥଳୀରେ ବୁଲିଲା ବୁଲଡୋଜର। ଜିଲ୍ଲା ପ୍ରଶାସନ, ବ୍ରହ୍ମଗିରି ତହସିଲଦାର, ଜଙ୍ଗଲ ବିଭାଗ, ପିକେଡିଏ କର୍ତ୍ତୃପକ୍ଷ ଓ ବଳିଆ ପଣ୍ଡା ଥାନା ପୋଲିସ ଉପସ୍ଥିତିରେ ବେଆଇନ୍ ପ୍ଲଟିଂ ଓ ନିର୍ମାଣଧୀନ ଘର ଓ ପାଚେରୀ ଉପରେ ବୁଲିଛି ବୁଲଡୋଜର। ଗତ କିଛିଦିନ ପୂର୍ବରୁ ଷ୍ଟର୍ଲିନ୍ ଛକ ନିକଟରେ ଥିବା ବେଳାଭୂମିରେ ଜମି ମାଫିଆ ମାନେ ବେଆଇନ୍ ପ୍ଲଟିଂ କରି ରାଜ୍ୟ ବାହାରର ବ୍ୟକ୍ତି ବିଶେଷଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରିବା ପାଇଁ ମସୁଧା ଚଳାଇଥିଲେ। ଏଥିସହ ଜଣେ ବ୍ୟକ୍ତି ମଧ୍ୟ ବେଳାଭୂମିରେ ନିର୍ମାଣ କାର୍ଯ୍ୟ ଚଳାଇଥିଲେ। ତେବେ ଏନେଇ ଖବର ପ୍ରସାରଣ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ। ବେଳାଭୂମିରେ ବେଆଇନ୍ ଭାବେ ଚାଲିଥିବା ନିର୍ମାଣ ଧିନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିକେଡିଏ ପକ୍ଷରୁ ପ୍ରଥମେ ନୋଟିସ କରାଯାଇଥିଲା। ପରେ ଆଜି ବ୍ରହ୍ମଗିରି ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଗୋଟିଏ ବୁଲଡୋଜର ସହାୟତାରେ ବେଆଇନ୍ ନିର୍ମାଣକୁ ଭଙ୍ଗା ଯାଇଛି। ଜିଲ୍ଲା ପ୍ରଶାସନ ର ଅଧିକାରୀ ଙ୍କ ଉପସ୍ଥିତିରେ ନିର୍ମାଣ ଧିନ ଘରକୁ ବୋଲଡଜୋର ଲଗାଇ ଉଛେଦ କରାଯାଇଛି। ସମୁଦ୍ର ବେଳାଭୂମିରେ ସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବା ବେଳେ ସିଆରଜେଡ୍ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯିବା ପରେ ସିଆରଜେଡ୍ ଅନୁମତି ପ୍ରତ୍ୟାହାର ହୋଇଥିବାରୁ ଏହି ବେଆଇନ୍ ନିର୍ମାଣକୁ ଉଛେଦ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଆଗାମୀ ଦିନରେ ବେଳାଭୂମିରେ ଯେଭଳି ବେଆଇନ୍ ନିର୍ମାଣ ନହେବ ସେନେଇ କଡ଼ା ନଜର ରଖାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲାପାଳ,
0 Comments