Header Ads Widget



BREAKING NEWS

6/recent/ticker-posts

ଜାଗୃତି ସଂଗଠନ ପାଳୁଛି ସପ୍ତାହ ବ୍ୟାପି ମେଗା ବନ ମହୋତ୍ସବ l

 

                                                                    




ପିପିଲି - ପିପିିଲି ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଙ୍ଗଠନ ପକ୍ଷରୁ ସପ୍ତାହ ବ୍ୟାପି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ବୃକ୍ଷ ରୋପଣର ତୃତୀୟ ଦିବସରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ଜଳ ନିଗମ ଓଡ଼ିଶା ସହକାରୀ କାର୍ଯ୍ୟାଳୟ (ୱାଟକୋ )ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l  ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ନେତୃତ୍ବରେ ପିପିିଲି  ବ୍ଲକ ପର ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଏବଂ ନିଳକଣ୍ଠଶ୍ବର ମନ୍ଦିର ପଡିଆରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଶ୍ରୀ ପଙ୍କଜ ଜୈନ, ପିପିିଲି ବ୍ୟାଙ୍କ ଶାଖା  ମ୍ୟାନେଜର ମନୋଜ କୁମାର ପାତ୍ର, ଜଳ ନିଗମ ଓଡ଼ିଶା (ୱାଟକୋ )ର ସହକାରୀ ପରିଚାଳକ ବରିଷ୍ଠ ଯନ୍ତ୍ରୀ ନଟବର ବିଶ୍ବାଳ, ସମାଜସେବୀ ତଥା ସାହିତ୍ୟିକ ଅର୍ଜୁନ ଘଡେ଼ଇ, ଅବସରପ୍ରାପ୍ତ ଇଂଜିନିୟରିଂ ରମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ ରମାକାନ୍ତ ନାୟକ,ପ୍ରମୁଖ ଯୋଗଦେଇ ଏହି ମହତ୍ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ବେଛାସେବୀ ମାନଙ୍କୁ ନିଜ ପାଇଁ ବୃକ୍ଷ ରୋପଣ ର ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ର ଯୁଗ୍ମ ସମ୍ପାଦକ ମୁନୁ ଅଗ୍ରୱାଲ ଓ  ମିଡ଼ିଆ ଆବାହକ ମନୋରଞ୍ଜନ ମହାପାତ୍ର ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ସଂଗଠନର ବରିଷ୍ଠ ଉପଦେଷ୍ଟା ବାମଦେବ ମିଶ୍ର, ଅଧ୍ୟାପକ ସଚ୍ଚିକାନ୍ତ ନାୟକ,ରଘୁନାଥ ଦାସ, ଗୌରାଙ୍ଗ ଷଡ଼ଙ୍ଗୀ, ଭାଗିରଥି ଗୌଡ଼,ସଂଗଠନ ସମ୍ପାଦକ ବିଭୁନି ସାମନ୍ତରାୟ ଉପସଭାପତି ମନୋଜ କୁମାର ପ୍ରଧାନ ,ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେl ବିଶେଷ ଭାବେ ପିପିିଲି କଲେଜ ଏନସିସି ଅଫିସର ଆଦିତ୍ୟ ପ୍ରସାଦ ରଥଙ୍କ ନେତୃତ୍ବରେ ୩୦ ଜଣ ଏନ.ସି.ସି ସ୍ବେଛାସେବୀ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ଶ୍ରମ ଦାନ କରି ପ୍ରାୟ ୪୦ ଗୋଟି ମୂଲ୍ୟବାନ ଗଛର ଚାରା ଲଗାଇବାରେ ପ୍ରତ୍ୟକ୍ଷ ସହଯୋଗ କରି ପ୍ରଂଶସାର ପାତ୍ର ହୋଇଥିଲେ l


Post a Comment

0 Comments