ପିପିଲି: ସାମ୍ବାଦିକ ଆଉ ସାମ୍ବାଦିକତା । ଏହାର ଅର୍ଥ କୁ କିଏ କେଉଁ ଭଳି ବୁଝେ ତାହା ତ ଜାଣିବା କଷ୍ଟକର କିନ୍ତୁ ଆଜି କାଲିର ସାମ୍ବାଦିକତା କହିଲେ ଚାଟୁକାରିତା କୁ ବୁଝାଯାଏ ଏହା ଅଳ୍ପେ ବହୁତ ମୋ କଥାରେ ଏକମତ ହେବେ । ଆଉ ଯେଉଁ ମାନେ ସାମ୍ବାଦିକତା କୁ ନିଶା ବୋଲି ବ୍ରତ କରିଥିବେ ସେମାନଙ୍କ ଚଲାପଥ କଣ୍ଟକ ମୟ ହେବ ଏଥିରେ ଦ୍ବିମତ ନାହିଁ ।
ରାଜ୍ୟରେ ସାମ୍ବାଦିକ ମାନଙ୍କ ର ଅବସ୍ଥା କାହାରିକୁ ଅଛପା ନାହିଁ । ଅନେକ ସାମ୍ବାଦିକ ନିଜ ପରିବାର କୁ ଦୁଇ ଓଳି ଭଲ ରେ ମଧ୍ୟ ଖାଇବାକୁ ଦେଇ ପାରନ୍ତି ନାହିଁ । ପିଲା ଙ୍କ ପାଠ ପଢା ସହିତ ଆଉ ଅନେକ କିଛି ଚିନ୍ତା କରିବା ତାଙ୍କ ପାଇଁ କେବଳ ସ୍ଵପ୍ନ ରେ ରହୁଥାଏ ।କିନ୍ତୁ ସାମ୍ବାଦିକ କୁ ବ୍ରତ କରିଥିବା ସାମ୍ବାଦିକ ସବୁ କିଛି ନିଜ ଭିତରେ ରଖି ଦୁନିଆ ପାଇଁ ଛିଡ଼ା ହୋଇଥାଏ । ନିଜେ ଉପାସ ଥିଲେ ମଧ୍ୟ ଭୋକ ରେ ଦିନ କାଟୁଥିବା ପରିବାର ପାଇଁ ଖବର ପ୍ରସାରଣ କରିଥାଏ ।ଏଭଳି ଅନେକ ସାମ୍ବାଦିକ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ସମାଜ ପାଇଁ କାମ କରୁଛନ୍ତି ।ଯେଉଁ ମାନଙ୍କ ନିଷ୍ଠା ପାଇଁ ଆଜି ମଧ୍ୟ ସାମ୍ବାଦିକ ମାନଙ୍କ ଉପରେ ସାଧାରଣ ଲୋକ ଙ୍କ ଭରସା ରହିଛି ।
କିନ୍ତୁ ଏବେକାର ସାମ୍ବାଦିକତା ରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ସମାଜ କୁ ଚାଟୁକାରୀତା ମାନେ କବଳିତ କରି ରଖିଛନ୍ତି, କେଉଁ ଖବର ପ୍ରସାରଣ ହେବ,ଏହି ଖବର ରାଜନେତା ଙ୍କ ସପକ୍ଷ ରେ କିଭଳି ଯିବ ତାହାର ଦାୟିତ୍ୱ ଏମାନେ ନେଇ ଥାନ୍ତି । ଯଦି ସମାଜ ଉଦେଶ୍ୟ ରେ ଖବର ପ୍ରସାରଣ କରା ଯାଇଛି ତେବେ ଆଉ ସେହି ଖବରକାଗଜ/କିମ୍ବା ମିଡ଼ିଆ ରେ ବେଶି ଦିନ ଖବର ପ୍ରସାରଣ କରିଥିବା ସାମ୍ବାଦିକ ନିଜ ପଦବୀ ହରାଇବେ ଏଥିରେ ଦ୍ବିମତ ନାହିଁ । କେଉଁ ଖବର ହେବ ଓ ରାଜନେତା ଙ୍କ ସପକ୍ଷରେ ଯିବ କି ବିପକ୍ଷରେ ଯିବ ଖବର ପୂର୍ବରୁ ନେତା ଙ୍କ ପରାମର୍ଶ ଆବଶ୍ୟକ ବୋଲି କୁହାଯାଉଛି । କିଏ ସାମ୍ବାଦିକ ହେବ ଏଥିପାଇଁ ରାଜନେତା ଚୟନ କରିବେ ବୋଲି ଚର୍ଚ୍ଚା ହେଉଛି ।ବିଗତ ଦିନ ମାନଙ୍କ ରେ ଜନୈକ ସାମ୍ବାଦିକ ଓ ରାଜନେତା ଙ୍କ ଅଡିଓ ଭାଇରଲ ରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ଚାଟୁକାରୀତା ସାମ୍ବାଦିକ ନିଜର କାୟା ବିସ୍ତାର କରି ମନେ ମନେ ଭାବୁଛନ୍ତି ବିଲେଇ ଆଖି ବୁଝି ବୁଝି କ୍ଷୀର ପିଉଛି । କିନ୍ତୁ ଚାଟୁକାରୀତା ଜାଣି ପାରୁ ନାହିଁ ଅନ୍ୟ ପାଇଁ ପ୍ରସ୍ତୁତ କରିଥିବା ଗାତ ରେ ସେ ନିଜେ କେତେବେଳେ ପଡି ଯିବ ।ଆଖି ବୁଝି କ୍ଷୀର ପିଉ ଥିବା ବାବୁ କ୍ଷୀର ନୁହେଁ ମଦ ପିଉଛନ୍ତି ବୋଲି ସମସ୍ତେ ଜାଣନ୍ତି । ଅପେକ୍ଷା କରନ୍ତୁ ଆଉ କିଛି ଦିନ ସବୁ କିଛିର ଖୁଲାସା ହେବ ।
0 Comments