ପିପିଲି; ପିପିଲି କ୍ରାଫ୍ଟ ଭିଲେଜ୍ ପରିଦର୍ଶନ କରିବା ସହିତ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ।ପ୍ରକଳ୍ପ ର ଉନ୍ନୟନ କାର୍ଯ ସହିତ ଏଠାରେ ଥିବା ଜାଗା ସମସ୍ୟା ର କିଭଳି ସମାଧାନ ହୋଇ ପାରିବ ଏନେଇ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଙ୍କ ସହିତ ଆଲୋଚନା କରିଛନ୍ତି।୧୭ବର୍ଷ ତଳେ ୧୦କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୧ଏକର ଜମିରେ ନିର୍ମିତ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ବର୍ତ୍ତମାନ ଭୂତ କୋଠି ପାଲଟିଥିବା ବେଳେ ଲୋକାର୍ପିତ ମଧ୍ୟ ହୋଇପାରିନାହିଁ।ଆଗାମୀ ଦିନରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଏହାର ପାରିପାର୍ଶିକ ବିକାଶ ସହିତ ପ୍ରକଳ୍ପ କୁ ଖୁବଶିଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସଚିବ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।ଏହି ହସ୍ତଶିଳ୍ପ ଗ୍ରାମ କାର୍ଯ୍ୟକ୍ଷମ ହେଲେ ମୁଖ୍ୟତଃ ଚାନ୍ଦୁଆର ପ୍ରଚାର ପ୍ରସାର ଓ କାରିଗରମାନଙ୍କ ଜୀବିକା ନିର୍ବାହରେ ଖୁବ୍ ସହାୟକ ହୋଇପାରିବ।
0 Comments