ଆଜି ସକାଳେ ଲକ୍ଷ୍ମୀନାରାୟଣପୁର ମେଳଣ ପଡିଆ ଠାରେ ଏକ ସାଇକେଲ ଧରି ପିଲା ଟିଏ ଏଣେ ତେଣେ ବୁଲୁଥିବାର ଖବର ପାଇ କୌଶଲ୍ୟାଗାଂଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ଘଟଣା ସ୍ଥଳକୁ ଯାଇ ତାକୁ ସେଠାରୁ ଉଦ୍ଧାର କରିଥିଲେ l ପରେ ତାକୁ ପିପିଲି ଥାନାକୁ ଆଣି ପଚାରିବାରେ ସେ ତା ନାମ ଓ ବାପା ନାମ କହିଥିବା ବେଳେ ଘର ଠିକଣା କହି ପାରିନଥିଲା l ବିଭିନ୍ନ ସୂତ୍ରରୁ ଖବର ନେବାରେ ତା ମାମୁଁ ଘର ବାଲିପାଟଣା ବୋଲି ଜଣାପଡିଥିଲା l ପରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ଉକ୍ତ ନାବାଳକକୁ ବାଲିପାଟଣା ଥାନାକୁ ନେଇ ସେଠାରେ ତା ମାମୁଁଙ୍କୁ ହସ୍ତାନ୍ତର କରିଥିଲେ l ପିପିଲି ପୋଲିସ ର ଏହି ପଦକ୍ଷେପ ପାଇଁ ନାବାଳକର ମାମୁଁ ପୋଲିସ କୁ ଧନ୍ୟବାଦ ଦେଇଛନ୍ତି ।
0 Comments