ପୁରୀ:କାଶ୍ମୀର ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇ ଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ତଥା ଆତଙ୍କବାଦୀ ମାନଙ୍କ ଅମାନୁଷିକ ଘଟଣାକୁ ତୀବ୍ର ନିନ୍ଦା କରି ବ୍ରହ୍ମଗିରି ସଚେତନ ନାଗରିକ, ଯୁବ, ଛାତ୍ର ଓ ମହିଳା ସଙ୍ଗଠନ ତରଫରୁ ବ୍ରହ୍ମଗିରି ଫିଲ୍ମ୍ ହଲ୍ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ରହ୍ମଗିରି ବଜାର ଦେଇ ଅଲାରନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ପ୍ରଦିପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ମଶାଲ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ରହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପ୍ରାଣ ହରାଇ ଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ଦେଶରୁ ଆତଙ୍କବାଦ ମୂଳପୋଛ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଦାସବର୍ମା।
https://youtu.be/mk1jtw3S2uA?si=25N-OhSaBFA7xcaF
ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବରିଷ୍ଠ ସମାଜସେବୀ ସୁରେନ୍ଦ୍ର ନାଥ ଜେନା, କମ୍ୟୁନିଷ୍ଟ ନେତା ଭୀମ ସ୍ଵାଇଁ,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ,ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଆଇନଜୀବି ଭାସ୍କର ଜେନା, ଯୁବ ନେତୃତ୍ବ ବିଜୟ ଦଳାଇ, ଜୟନ୍ତୀ କୁମାର ମହାନ୍ତି, ବ୍ରହ୍ମଗିରିର ଯୁବ, ଛାତ୍ର ସମାଜ, ମହିଳା ନେତୃତ୍ୱ ମାନସୀ ହରିଚନ୍ଦନ, ସସ୍ମିତା ସାହୁ ଏବଂ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।
0 Comments