Header Ads Widget



BREAKING NEWS

6/recent/ticker-posts

ସାମ୍ବାଦିକ ଙ୍କୁ ଆକ୍ରମଣ ।

                                                    


ବଲାଙ୍ଗୀର : ରାଜ୍ୟରେ ଦିନକୁ ଦିନ ବିଗିଡିବା ରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଦୈନଦିନ ବିଭିନ୍ନ ଘଟଣା  ଘଟୁଥିବା ବେଳେ ଏବେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନା କୁ ଆସିଛି । ବଲାଙ୍ଗୀର ଜିଲ୍ଲା ବଡ ଖବର  ସାମ୍ବାଦିକ ଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ସାମ୍ୱାଦିକ ବିଜୟ ପ୍ରଧାନଙ୍କ ଭୁଲ୍ ଏହା ଥିଲା ଯେ  
ପୁଇଁତଲା ବ୍ଲକ କୁଲଥିପାଲି ଅଞ୍ଚଳର ଦୁର୍ନୀତିଗ୍ରସ୍ତ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ମୁଖା ଖୋଲିଦେଇ ଥିଲେ । ଯାହା ପାଇଁ ଠିକାଦାର ବାବୁ ଜଣକ ଗୁଣ୍ଡା   ପଠାଇ  କିଭଳି ଗୁଣ୍ଡାଗର୍ଦ୍ଦି କରିଛନ୍ତି ଏହି ଭିଜୁଆଲ ହିଁ ବୟାନ କରୁଛି । ବିଜୟ ଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ତାଙ୍କ ମୁଁହ କୁ ଠିଆ ଗୋଇଠା ମରାଯାଇଛି 
        ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପଇଁତଳା ଥାନା କୁଲୁଥିପାଲି ଗାଁରେ  ଗାର୍ଡ ୱାଲ କାମ ନିମ୍ନ ମାନର କରାଯାଇଥିବା ଖବର କୁ ଲୋକ ଲୋଚନ କୁ ଆଣିଥିଲେ ସାମ୍ୱାଦିକ  ବିଜୟ ।  ଦୁର୍ନୀତି ଖବର ପ୍ରସାରଣ  ପରେ ବୋଧ ହୁଏ ଠିକାଦାର ବାବୁ  ଉଗ୍ରରୂପ  ପଦା କୁ  ଆସିଥିଲା। କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର  ସହିତ  ଅତର୍କିତ ଆକ୍ରମଣ କରାଯାଇ ଥିଲା, ଏପରିକି ବିଜୟ ପ୍ରଧାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଆଉ ଖବର ପ୍ରସାରଣ ନ କରିବାକୁ ଧମକ ମିଳିଥିଲା ବୋଲି କହିଛନ୍ତି ବିଜୟ, ଖବର ପାଇ କିଛି ସାମ୍ବାଦିକ ବିଜୟ ଙ୍କୁ  ଚିକିତ୍ସା  ପାଇଁ  ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ  ଦାବି କରି   ବଲାଙ୍ଗୀର ଏସପିଙ୍କୁ ସାମ୍ୱାଦିକ ମାନଙ୍କ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦୋଷୀଙ୍କୁ ଗିରଫ କରାନଗଲେ ରାଜ୍ୟ ତମାମ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି   ରାଜ୍ୟର କର୍ମଜୀବୀ ସାମ୍ବାଦିକ  ।

Post a Comment

0 Comments