Header Ads Widget



BREAKING NEWS

6/recent/ticker-posts

ମହିଳା ଆର ଆଇ ଙ୍କ ସହିତ ଅସଦାଚରଣ !

                                                       


 ପିପିଲି; ପିପିଲି ରେ ଦିନକୁ ଦିନ  ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ନାବାଳିକା ଗର୍ଭବତୀ ଘଟଣା ପିପିଲି କୁ ସାରା ରାଜ୍ୟରେ ନିନ୍ଦିତ କରିଥିବା ବେଳେ ଆଉ ଏକ ସାଙ୍ଘାତିକ ଅଭିଯୋଗ  ନଜର କୁ ଆସିଛି ।ପିପିଲି ର ଅତିରିକ୍ତ ତହସିଲଦାର ପିପିଲି ତେଇଶି ପୁର ଆର ଆଇ ଙ୍କ ସହିତ ଅସଦାଚରଣ ର ଶୀକାର ହୋଇ ପିପିଲି  ଥାନାର ଦ୍ବାରସ୍ଥ ହୋଇଛନ୍ତି ।ଅଭିଯୋଗ ଅନୁସାରେ ଗତ ୨୪ ତାରିଖ ସେ ପିପିଲି ତହସିଲ କାର୍ଯ୍ୟାଳୟ ରେ ଏକ ବୈଠକରେ ଯୋଗ ଦେଇଥିଲେ । ବୈଠକ ଶେଷ ହେବା ପରେ ପ୍ରବଳ ବର୍ଷା ହେଉଥିବା  ଦେଖି ସେ ବାଧ୍ୟ ହୋଇ କାର୍ଯ୍ୟାଳୟ ରେ ଅଟକି ରହିଥିଲେ । ତହସିଲଦାର ଙ୍କ  କାର୍ଯ୍ୟାଳୟ ସମ୍ମୁଖରେ କୋଠରୀ ରେ ରହିଥିଲେ । ଏହି ସମୟ ରେ ପିପିଲି ର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ତାଙ୍କ ପାଖ କୁ ଆସି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ  ଓ କିଛି  ସମୟ ପରେ  ତାଙ୍କ ସହିତ ଦୁଃବ୍ୟବହାର କରିଥିଲେ। ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କ  ହାତ କୁ ଟାଣି ଧରି ଖରାପ ବ୍ୟବହାର କରିଥିଲେ । ଏ ନେଇ  ଆର ଆଇ ମ୍ୟାଡ଼ମ ଜଣକ ପିପିଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପିପିଲି ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି । ପୂର୍ବରୁ ପିପିଲି ରେ ଅନେକ ଘଟଣା ଘଟିଥିଲା ବେଳେ ଅତିରିକ୍ତ ତହସିଲଦାର ନିଜ  ମହିଳା ସହକର୍ମୀ ଙ୍କ ସହିତ ଆଶାଳୀନ ବ୍ୟବହାର ଏବେ ଚର୍ଚ୍ଚା  ବିଷୟ ପାଲଟିଛି


Post a Comment

0 Comments