Header Ads Widget



BREAKING NEWS

6/recent/ticker-posts

ବନ୍ଧୁ ଆଗରେ ସବୁ କିଛି ତୁଚ୍ଛ ।

   
 ପୁରୀ : ବନ୍ଧୁ  । ଯାହା ପାଖରେ ନ ଥାଏ ବଡ଼ ସାନ ର ପ୍ରଭେଦ,ଛୁଆଁ ଅଛୁଆଁ, ଧନୀ କି ଗରିବ । ବନ୍ଧୁ ଏପରି ଏକ ସମ୍ପର୍କ ଯେଉଁ ସମ୍ପର୍କ ରକ୍ତ ସମ୍ପର୍କ ଠାରୁ ଆହୁରି ମଜବୁଜ ଓ ଶକ୍ତିଶାଳୀ । ଏଥିପାଇଁ ତ ବନ୍ଧୁତ୍ୱ ଆଗରେ ସବୁ କିଛି ସତେ ଯେମିତି ତୁଚ୍ଛ ଲାଗିଥାଏ । ଜୀବନ ରେ ଅନେକ ବନ୍ଧୁ ଆସିଥାନ୍ତି କିନ୍ତୁ ପିଲା ଦିନର ବନ୍ଧୁ ଓ ପିଲା ଦିନ ର ବିଦ୍ୟାଳୟ କୁ କେହି କେବେ ଭୁଲି ପାରନ୍ତି ନାହିଁ । ଯଦିଓ କର୍ମମୟ ଜୀବନରେ ଅନେକ ସମୟରେ ରେ ବନ୍ଧୁ ଙ୍କ ଠାରୁ ଅଲଗା ହୋଇ ନିଜେ ନିଜର କର୍ମ କୁ ଆଦରି ଥାନ୍ତି କିନ୍ତୁ ବନ୍ଧୁ କୁ ପାଖରେ ପାଇ ବା ପରେ ବନ୍ଧୁ ଅନେକ  ଆତ୍ମ ସନ୍ତୋଷ ପାଇ ଥାନ୍ତି । ଏହିପରି ଏକ ନିଆରା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ହାଇସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ।
https://youtu.be/Qes21QYZ3Gg?si=3aciuoAonHG7rust
 ବୟସ ପାଖାପାଖି ୭୦ ଛୁଇଁଲାଣି,ପ୍ରାୟ ୧୪ ଜଣ ବାଲ୍ୟ ବନ୍ଧୁ ଏମାନଙ୍କୁ  ଛାଡି ଆର ପାରିରେ । ତଥାପି ବନ୍ଧୁ ମାନଙ୍କ ପାଇଁ ଏକାଠି ହୋଇଛନ୍ତି ଅନେକ ବନ୍ଧୁ ।ପିଲା ଦିନ ର ସ୍ମୁତି କୁ ମନେ ପକାଇ ଏବେ ମଧ୍ୟ ବନ୍ଧୁତ୍ବ କୁ ଆଗକୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି ଏମାନେ । ଏଥିପାଇଁ କୁହାଯାଏ ବନ୍ଧୁ ଆଗରେ ସବୁ କିଛି ତୁଚ୍ଛ ।

Post a Comment

0 Comments