Header Ads Widget



BREAKING NEWS

6/recent/ticker-posts

ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ।

       

ପୁରୀ:ପିପିଲି ଟୋଲଗେଟ୍ ନିକଟସ୍ଥ ଗାଁପଡା ଠାରେ ପ୍ରଭୁ ଶ୍ରୀରାମ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।୯ଦିନ ବ୍ୟାପୀ ଅନୁଷ୍ଠିତ ଉତ୍ସବରରେ ଆଖ ପାଖ ଅଞ୍ଚଳରୁ ଯୋଗ ଦେଇଥିଲେ ହଜାର ହଜାର ଶ୍ରଦ୍ଧାଳୁ।ପ୍ରଥମ ଦିବସରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ  ହୋଇଥିଲା ବେଳେ ୨ୟ ଦିବସରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।

https://youtu.be/oEDo2jQKhJ8?si=sq2n64HunsJK29-n
ଭାର୍ଗବୀ ନଦୀ ରୁ  ଶୋଭଯାତ୍ରାରେ ଶ୍ରଦ୍ଧାଳୁ ଜଳକଳସ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ପ୍ରତ୍ୟେକ ଦିନ 
ଗୋପୂଜା,ସାଲାପୂଜା,ସଂସ୍କୃତିକ କାର୍ଯକ୍ରମ ସହିତ ଶେଷ ଦିନରେ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା, ସିଂଙ୍ଘାସନ ବିଜେ ଓ ପୂର୍ଣ୍ଣାହୁତି କାର୍ଯକ୍ରମ ସମ୍ପନ୍ନ ହୋଇଥିଲା।

https://www.facebook.com/share/p/16ZXfzANja/
କର୍ତ୍ତା ଭାବେ କିଶୋର ଛୋଟରାୟ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇଥିଲେ।ଓଡ଼ିଶା ବ୍ରାହ୍ମଣ ସମାଜର ଉପ-ସଭାପତି ପଣ୍ଡିତ ଭକ୍ତ ଚରଣ ଦାଶ ଓ ସହଯୋଗୀ ପଣ୍ଡିତମାନେ ଯଜ୍ଞ କାର୍ଯ୍ୟ ଓ ପ୍ରତିଷ୍ଠା କାର୍ଯ୍ୟ ନିର୍ବାହ କରିଥିଲେ। ଓରକଳ ପଞ୍ଚାୟତର ଜନସାଧାରଣ ମାନେ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।


Post a Comment

0 Comments