ପୁରୀ :ପୁରୀରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା। ଦାୟିତ୍ଵ ଗ୍ରହଣ ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିର୍ବାଦ ଲାଭ କରିଛନ୍ତି ନୂତନ ଜିଲ୍ଲାପାଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ମା ବିମଳା, ଲକ୍ଷ୍ମୀ ଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ। ତେବେ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ 6 ଆଜି ବିଧିବଦ୍ଧ ଭାବେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା। ବିଭିନ୍ନ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ। ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି କାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ। ବିଭିନ୍ନ ନିଯୋଗର ସେବାୟତଙ୍କ ସହିତ ଉତ୍ତମ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।
https://youtu.be/mzIQgDn1J6Q?si=AOZe9NnnSGpneq4b
0 Comments