ଯାଜପୁର : କିଏ ହେବେ ସରକାରୀ ଓକିଲ? କାହାକୁ ମିଳିବ ଏହି ଗୁରୁ ଦାୟିତ୍ଵ ? ଅନେକ ଆଇନଜୀବୀ ସରକାରୀ ଓକିଲ ନିଯୁକ୍ତି ଦୌଡ ରେ ରହି ଥିବା ବେଳେ ଯାଜପୁର ଜିଲ୍ଲା ରେ କାହା କୁ ଦିଆଯିବ ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ଏହାକୁ ନେଇ ଅନେକ ଆଶା ଆଶଙ୍କା ରେ ରହିଛନ୍ତି ।
ଏହାରି ମଧ୍ୟରେ ଯାଜପୁର ଜିଲ୍ଲାର ସମ୍ଭାବ୍ୟ ସରକାରୀ ଓକିଲ ନିଯୁକ୍ତିକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଆଶାୟୀ ଙ୍କ ମନ ରେ ଛାନିଆ ଭରିଛି।
ରାଜ୍ୟରେ ନୂଆ ସରକାର ଆସିବା ପରେ ଯାଜପୁର ଜିଲ୍ଲା ରେ ଥିବା କୋର୍ଟ ଓ ତହସିଲ୍ କାର୍ଯ୍ୟାଳୟ ଗୁଡ଼ିକ ରେ ନୂତନ ଭାବରେ ସରକାରୀ ଓକିଲ ନିଯୁକ୍ତି ମିଳିବ ବୋଲି ଅନେକ ଆଇନଜୀବୀ ଆଶା ବାନ୍ଧି ବସିଛନ୍ତି । କିନ୍ତୁ ସରକାରୀ ଓକିଲ ନିଯୁକ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ହେଉଥିବା ଆଲୋଚନା କିଛି ଆଶାୟୀ ଙ୍କ ଆଶାରେ ପାଣି ଭରି ଦେଇଛି । ବିଗତ ବର୍ଷ ଗୁଡ଼ିକରେ ସରକାରୀ ଓକିଲ ଦଳୀୟ ନେତୃତ୍ଵ ଙ୍କ ସହମତି ରେ ହେଉଥିବା କୁହାଯାଉ ଥିବା ବେଳେ ଶାସନ ପରିବର୍ତ୍ତନ ପରେ ଦଳୀୟ ନେତୃତ୍ଵ ଙ୍କ ସହମତି ରେ ଏହି ସୁଯୋଗ ମିଳିବ ବୋଲି ଅନେକ ଆଶା ରଖିଥିଲେ । ମାତ୍ର ଏଥିରେ ବ୍ୟତିକ୍ରମ ହୋଇଥିବା ସଂଦେହ କରିଛନ୍ତି । ଏହା ଆଶାୟୀ ଆଇନଜୀବୀଙ୍କୁ ନିରାଶ କରିବ ବୋଲି ଚର୍ଚ୍ଚା ଜୋର୍ ଧରୁଛି ।
0 Comments