ସମ୍ବଲପୁର: ମଦ ପିଇବାକୁ ଟଙ୍କା ମାଗିଲା,ବାପା ଟଙ୍କା ନ ଦେବାରୁ ବାପା ର ଜୀବନ ନେଲା ପୁଅ, ଏଭଳି ହୃଦୟ ବିଦାରକ ଘଟଣା ଘଟିଛି
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳ ରେ l ନିଜ ପୁଅର ମାଡରେ ବାପା ଙ୍କ ମୃତ୍ୟୁ ହୋଇଛି l
ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ରେ ଚାରଭାଟି ଗାଁ ର ବିବର୍ଦ୍ଧନ ରକ୍ସା ନିଜ ବାପା କୃପାସିନ୍ଧୁ ରକ୍ସ ଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ l ବାପା ଟଙ୍କା ନଦେବାରୁ ବାପା ଙ୍କ ସହ ପୁଅ ଯୁକ୍ତିତର୍କ ଓ ଝଗଡା କରିଥିଲା l ଝଗଡା ବଢ଼ିଯିବାରୁ ପୁଅ ନିଜ ବାପାକୁ ପିଟି ପିଟି ହତ୍ୟା କରିଥିବା ର ଅଭିଯୋଗ ହୋଇଛି। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଚାରଭାଟି ଅଞ୍ଚଳ ରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ବାପା କୃପା ସିନ୍ଧୁ ଙ୍କ ବୟସ ପ୍ରାୟ ୭୦ ବର୍ଷ ହୋଇଥିବା ବେଳେ ବାପହନ୍ତା ପୁଅ ବୟସ ୨୩ ବର୍ଷ ବୋଲି ଜଣା ପଡିଛି।
ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଏହି ଘଟଣା ନେଇ କୁଚିଣ୍ଡା ଏସଡ଼ିପିଓ ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି ଯେ ପାରିବାରିକ କଲହ ଯୋଗୁ ଏହିଭଳି ଘଟଣା ଘଟିଛି l ପୁଅ ର ମୁଥ ମାଡ଼ ରେ ବାପା ଙ୍କ ମୃତ୍ୟୁ ହୋଇଛି l ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି l
0 Comments