ପୁରୀ ପିପିଲି : ନୂଆଖାଇ ଅବସର ରେ "ସମ୍ଭାବନା ସେବା ପରିଷଦ ପକ୍ଷରୁ ପିପିଲିର ଗୋ ସେବକ ଭାଇ ମାନଙ୍କ ସହଯୋଗ ରେ ପିପିଲି ବାଇପାସ୍ ଏବଂ ପିପିଲି ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ମୂଖ୍ୟ ସଡ଼କ ପଥ ରେ ବୁଲୁଥିବା ବୁଲା ନନ୍ଦୀ ଏବଂ ଗୋମାତା ଙ୍କ ବେକରେ ରେଡ଼ିଅମ୍ ବେଲଟ ବନ୍ଧା ଯାଇ “MY SAFETY MY RIGHTS” ଏକ ଗୋସେବା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣା କମେଇବା ସହିତ ସଡ଼କରେ ବିଶେଷ କରି ରାତ୍ରି ସମୟ ରେ ଗୋ-ବୃଷଭମାନଙ୍କୁ ସୁରକ୍ଷା ଯୋଗାଇ ଦେବା। ଏହି ବେଲଟ୍ ବାନ୍ଧିବା ଦ୍ବାରା ରାତିରେ ହେଉଥିବା ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ମତ ରଖିଥିଲେ ସମ୍ଭାବନା ସେବା ପରିଷଦ ସଂଗଠନ ର ଉପାଧ୍ୟକ୍ଷl ଶୁଭଲକ୍ଷ୍ମୀ ସେନାପତି । ଏହି ରେଡିଅମ୍ ଵେଲ୍ଟ ରେ ଗାଡି ଲାଇଟ୍ ପଡ଼ିବା ଦ୍ଵାରା ଚାଳକ କୁ ବୁଲୁଥିବା ଗୋବଂଶ ଙ୍କୁ ଦୂରରୁ ଦେଖି ସତର୍କ ହେବାକୁ ସୁବିଧା ହେବ ବୋଲି କୁହାଯାଇଛି । ପିପିଲି ଓ ଆଖପାଖ ଅଞ୍ଚଳ ରେ ଅନେକ ସମୟ ରେ ବୁଲା ଗାଈ,ଗୋରୁ ଙ୍କ ପାଇଁ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ଏହି ବେଲ୍ଟ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ବୋଲି ଅନୁମାନ କରାଯାଉଛି ।ଆଜି ଅପରାହ୍ନ ୩ ଟାରୁ ସନ୍ଧ୍ୟା୭ ଟା ପର୍ଯ୍ୟନ୍ତ ଏହି ବେଲ୍ଟ ବାନ୍ଧିଥିଲେ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରସ୍ଥିତ ଗୋସେବା କେନ୍ଦ୍ରର ଗୋସେବକ ମାନେ । ଏହି କାର୍ଯ୍ୟକ୍ରମରେ ପିପିଲି ର ସଂଗଠକ ବଂଶୀଧର ସାହୁ, ପ୍ରକାଶ କୁମାର ପ୍ରଧାନ , ଅଭିଜିତ , ହିମାଂଶୁ , ବାଦଲ, କାହ୍ନା, ଦିପୁନା, ସୁଜିତ୍ , ଟୁଟୁ , ଲିଟନ , ଶୁଭ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ ।
ଉପାଧ୍ୟକ୍ଷା ଶୁଭଲକ୍ଷ୍ମୀ ସେନାପତି କହିଥିଲେ କି ଏହି କାର୍ଯ୍ୟକ୍ରମ ଦ୍ବାରା ଗୋ ବଂଶ ଙ୍କ ସୁରକ୍ଷା କେବଳ ସେମାନଙ୍କର ଅଧିକାରକୁ ସୁନିଶ୍ଚିତ କରେ ତାହା ନୁହେଁ, ଏହାଦ୍ବାରା ମାନବ, ଧନ ଜୀବନ କୁ ମଧ୍ଯ ସୁରକ୍ଷା କରିପାରିବ। ସେ ଲୋକମାନଙ୍କୁ ଗୋମାତାଙ୍କ ପ୍ରତି କୃପା, ସହାନୁଭୂତି ଓ ନମ୍ରତା ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ, କାରଣ ଗୋ ବଂଶ ଆମ ସମାଜର ପବିତ୍ର ଓ ମୂଲ୍ୟବାନ ସମ୍ପଦ।
ଆଜିକାଲି ଗୋଚର ଜମିର ଜବରଦଖଲ , ସରକାରଙ୍କ ଗୋବଂଶ ଙ୍କ ସୁରକ୍ଷା ପାଇଁ ଉଦାସୀନତା ମନୋଭାବ ଯୋଗୁଁ ଗୋବଂଶ ଆଜି ରାଜ ରାସ୍ତାରେ ବୋଲି ମତ ରଖି , ଗୋଚର ପୁନଃରୁଦ୍ଧାର ପାଇଁ ସରକାର ଙ୍କୁ ନିବେଦନ କରିଥିଲେ ।
0 Comments