Header Ads Widget



BREAKING NEWS

6/recent/ticker-posts

ବଳଙ୍ଗା ପୀଡ଼ିତା ମୃତ୍ୟୁ ପରେ ସରକାର ଙ୍କ ଵିରୁଦ୍ଧ ରେ ବିଜେଡ଼ି ଆଣିଲା ସାଙ୍ଘାତିକ ଅଭିଯୋଗ । ଲେଖାଶ୍ରୀ କହିଲେ ଏ ନରହନ୍ତା ସରକାର !

           
 ଭୁବନେଶ୍ବର/ ପୁରୀ :ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡି ଆଣିଛି ସାଙ୍ଘାତିକ ଅଭିଯୋଗ । ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ପୋଲିସ ରଚିଛି ସୁଇସାଇଡ ଥିଓରୀ ।ଅଭିଯୋଗ କରିଛି  ଘଟଣା ଘଟିବା  ପରଠାରୁ ପୀଡ଼ିତାଙ୍କ ପରିବାରକୁ ଅଜ୍ଞାତବାସରେ ରଖିବା ରହସ୍ୟ କଣ ଥିଲା   ? ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘନିଷ୍ଠ ସହଯୋଗୀଙ୍କ ହାତ ରହିଛି ବୋଲି ପୋଲିସ ତାର ରାଜନୈତିକ ଆକା ମାନଙ୍କୁ ସୁରକ୍ଷା ଦେବା ପାଇଁ ନୂଆ ଥିଓରୀ ଆଣିଛି ବୋଲି ଅଭିଯୋଗ କରିଛି ବିଜେଡି ।
    ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ଦାୟୀ କରିବା ସହିତ ରାଜ୍ୟରେ ଛାତ୍ରୀ ଓ ନାରୀଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ  ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛି। ରାଜ୍ୟ ସରକାର ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଯାହା ପାଇଁ ଓଡିଶା ଆଜି ଅପରାଧୀ ମାନଙ୍କ ଚରାଭୂଇଁ ପାଲଟିଛି। ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଗତ କିଛି ଦିନ ଧରି  ଝିଅ ମାନଙ୍କୁ  ହତ୍ୟା କରିବା ଏକ ନୂଆ ଅପରାଧ ସୃଷ୍ଟି ହୋଇଛି ବୋଲି  ବିଜେଡି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି।  
ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଯିବା ପରେ ମଧ୍ୟ ଏଥିରେ ସମ୍ପୃକ୍ତ ଅପରାଧୀ ମାନେ ଧରାନପଡିବା , ରାଜନୈତିକ ଛତ୍ର ଛାୟା ତଳେ ରହୁଥିବା ରୁ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ା ଯାଉଥିବା ଓ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଉ ନଥିବା ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ମନ୍ତବ୍ୟ ରଖିବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଛି ବୋଲି ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି।  କେବଳ ଏତିକି ନୁହେଁ ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ଓଡିଶା ପାଇଁ ଦେଶ ବିଦେଶରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ରାଜ୍ୟରେ, ଛାତ୍ରୀ, ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି, କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି। ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ଦୁଇ ଦୁଇ ଟି ସମ୍ବେଦନଶୀଳ ଘଟଣା ଘଟିଥିଲା ବେଳେ ବଳଙ୍ଗା ଘଟଣାରେ, ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ଏକ ନୂଆ ଥିଓରୀ ଆଣିଛି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ପୋଲିସର ଏହି ନୂଆ ଥିଓରୀ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରୁ ନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଓ ତାର ରାଜନୈତିକ ଆକା ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଥିଓରୀ ଆଣିଛି ବୋଲି ସିଧାସଳଖ କହିଥିବା ବେଳେ  ପ୍ରକୃତ ଅପରାଧୀଙ୍କୁ ଖସାଇ ଦେବା ପାଇଁ, ପୀଡିତା ଯେତେବେଳେ ସତ୍ୟ ବୟାନ ଦେବା ପାଇଁ ଆଉ ଏ ଦୁନିଆରେ ନାହାନ୍ତି, ସେତିକିବେଳେ ପୋଲିସ ଆତ୍ମହତ୍ୟା ଥିଓରୀ ଉପସ୍ଥାପନା କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି । ସୂଚନା ଥାଉକି ଗତକାଲି ବଳଙ୍ଗା ପିଡିତା ମୃତ୍ୟୁ ପରେ ରାଜ୍ୟ ପୋଲିସ ଏହି ଘଟଣା ରେ  ଅନ୍ୟ କାହାରି ସମ୍ପୁକ୍ତି ନ ଥିଲା ବୋଲି ଟୁଇଟ କରି ସ୍ପଷ୍ଟ କରିଥିଲା। ସେପଟେ ଶଙ୍ଖ ଭବନ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସିଧାସଳଖ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଥିଲ। ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ,ଓ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସମିଟ କରି ସରକାର ଙ୍କୁ ସମାଲୋଚନା କରିଥିଲେ । 
      କେବଳ ଶଙ୍ଖ ଭବନ ରେ ନୁହେଁ ବିଜେଡ଼ି ବିଭିନ୍ନ ସ୍ଥାନରେ ବଳଙ୍ଗା ପୀଡ଼ିତା ପାଇଁ ନିଜ ସ୍ଵର କୁ ଶାଣିତ କରିଛି ।  ବିଜେଡ଼ି ନେତା ବଳଙ୍ଗା ପୀଡ଼ିତା ମୃତ୍ୟୁ ପାଇଁ ସିଧାସଳଖ ରାଜ୍ୟ ସରକାର ଓ ରାଜ୍ୟ ସରକାର ଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ଟାର୍ଗେଟ  କରି ତାଙ୍କ ଇସ୍ତପା ଦାବି କରିଥିବା ବେଳେ ନିମାପଡା ଦୋଳ ବେଦୀ ଛକଠାରେ ବିଜେଡ଼ି  ରାଜରାସ୍ତାକୁ କୁ ଓହ୍ଲାଇ ପ୍ରତିବାଦ କରିଥିଲା। ସେହିପରି ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସରକାର ଙ୍କୁ କଟୁ ସମାଲୋଚନା କରିବା ସହିତ ଟୁଇଟ କୁ ନେଇ  ପ୍ରଶ୍ନ ଉଠାଇ ଥିଲେ ।
   ସିଧାସଳଖ ବିଜେଡିର ଅଭିଯୋଗ ରହିଥିଲା ଏହି ଘଟଣା ପଛରେ ସ୍ଥାନୀୟ ରାଜନେତା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଇସ୍ତପା ଦାବି କରିଥିଲା ବିଜେଡ଼ି।  ସେପଟେ ବିଜେଡିର ଏହି ଅଭିଯୋଗ ନେଇ ବିଜେପି ର କୌଣସି ପ୍ରତିକିୟା ମିଳିପାରି ନାହିଁ।

Post a Comment

0 Comments