ପୁରୀ : (ପିପିଲି )ସରକାର ଙ୍କ ନୂଆ ଗାଇଡ଼ ଲାଇନ ଚାଷୀ ପଞ୍ଜିକରଣ ରେ ସାଜିଛି ବାଧକ ।ଧାନ ବିକ୍ରି ପାଇଁ ପଞ୍ଜୀକରଣର ପାଇଁ ଚାଷୀ ହେଉଛି ହତାଶ । ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆରଆଇ ତହସିଲ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ହେଉଛନ୍ତି ନୟାନ୍ତ।
ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଛି ଚାଷୀ ପଞ୍ଜାକରଣ ବ୍ୟବସ୍ଥା । ପୁରୀ ଜିଲାର ବିଭିନ୍ନ କୃଷି ସମବାୟ ସମିତି ପକ୍ଷରୁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ସରକାରଙ୍କ ନୂଆ ନିୟମ ପଞ୍ଜିକରଣ ରେ ଆଣୁଛି ସମସ୍ୟା । ଜମିର ଉତ୍ତରାଧିକାରୀ ପ୍ରମାଣପତ୍ର ଓ ବଂଶାବଳୀ ପ୍ରମାଣପତ୍ର ନ ଥିବା ଯୋଗୁଁ ଚାଷୀମାନେ ପଞ୍ଜିକରଣ କରିବା ପାଇଁ ଦୌଡ଼ି ଦୌଡ଼ି ହେଉଛନ୍ତି ନିରାଶ ।ସରକାର ଙ୍କର ଏହି ନିୟମରେ ରାଜ୍ୟର ଅଧିକାଂଶ ଚାଷୀ ଖରିଫ ପଞ୍ଜିକରଣ କରିବା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁରୀ ଜିଲ୍ଲା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ବିଶେଷ କରି ପିପିଲି ବ୍ଲକ ରେ ୧୭ ଗୋଟି ଓ ଡେଲାଙ୍ଗ ବ୍ଲକ ରେ ୨୧ ଗୋଟି କୃଷି ସେବା ସମବାୟ ସମିତି ରେ ଖରିଫ ଧାନ ପଞ୍ଜିକରଣ ରେ ବ୍ୟବସ୍ଥା ରେ ସରକାର ଙ୍କ ନୂଆ ନିୟମ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । କାହିଁକି ନା ଉତ୍ତରାଧିକାରୀ ସାର୍ଟିପିକେଟ ଓ ଭାଗଚାଷୀ ଙ୍କ ପାଇଁ ସହମତି ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ପିପିଲି ରେ ପଞ୍ଜିକରଣ କୁ ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି । ପଞ୍ଜିକରଣ ର ଅବଧି ଅଗଷ୍ଟ ୨୦ ପର୍ଯ୍ୟନ୍ତ ଥିବା ବେଳେ ସରକାର ଙ୍କ ନୂଆ ଗାଇଡ଼ ଲାଇନ ପଞ୍ଜିକରଣ ରେ ସମସ୍ୟା ସୃଷ୍ଟି କରିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେପଟେ ରାଜ୍ୟ ସରକାର ପଞ୍ଜିକରଣ ପାଇଁ ବାରମ୍ବାର ନିୟମ ପରିବର୍ତ୍ତନ କରୁଥିବା ବେଳେ ପଞ୍ଜିକରଣ ରେ ସମସ୍ୟା ସୃଷ୍ଟି ହେଉଛି, ଏହାକୁ ସରଳି କରଣ ର ବ୍ୟବସ୍ଥା ସରକାର କରନ୍ତୁ ବୋଲି ସେବା ସମବାୟ ସମିତି ସଭାପତି କହିଥିବା ବେଳେ ଚାଷୀ ପଞ୍ଜିକରଣ ବ୍ୟବସ୍ଥା କରାନଗଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି ଧରଣୀଧର ସାହୁ ଚେତାବନୀ ଦେଇଛନ୍ତି।
0 Comments