Header Ads Widget



BREAKING NEWS

6/recent/ticker-posts

ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଙ୍କ ଦ୍ଵାରା ଠକେଇର ଶିକାର ହେଲେ ମହିଳା ମାନେ । ଥାନାରେ କଲେ ଅଭିଯୋଗ ।

      
ଯାଜପୁର(ଦି ରୁରାଲ ନିୟୂଜ୍ ଓଡ଼ିଆ  ବ୍ୟୁରୋ ) :
ସ୍ୱୟଂ ସହାୟକ ଗୋଷ୍ଠୀର ୪ ଲକ୍ଷ ଟଙ୍କା  ହଡପ କରି ସମ୍ପାଦିକା ଫେରାର   ହୋଇଯିବା, ନ୍ୟାୟ ପାଇଁ ପ୍ରାୟ ୧୭ ଦିନ ହେଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରଶାସନ ନୀରବ ରହିବା ପରେ ହତାଶ ହୋଇଛନ୍ତି ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ବଡ ମଲ୍ଲୀପୁର ବେଲେଶ୍ଵର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । 

         ମହିଳା  ମାନଂକ ଅଭିଯୋଗ ସେମାନଙ୍କ ସମ୍ପାଦିକା ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ଅର୍ଥ ଚ଼ତୁରତାର ସହ ହଡପ କରି ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ଏନେଇ ମହିଳା ଗୋଷ୍ଠୀ ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଅପେକ୍ଷାରେ ବସି ରହି ଥିଲେ ମଧ୍ୟ  ବେଲେଶ୍ୱର ସ୍ୱଂୟ୍ ସହାୟକ ଗୋଷ୍ଠୀର ସଦସ୍ୟ ଙ୍କୁ ନ୍ୟାୟ ମିଳି ପାରି ନାହିଁ ।                    ଗୋଷ୍ଠୀର ସଭାନେତ୍ରୀ  ଏବଂ ସଦସ୍ୟ ମାନେ ଅଭିଯୋଗ  କରିଛନ୍ତି ଯେ    ୨୦୨୩  ମସିହା ଜାନୁଆରୀ ମାସରେ ସେମାନେ ବିଞ୍ଝାରପୁର ଷ୍ଟେଟ ବ୍ୟାଙ୍କ ଶାଖରୁ ୪ଲକ୍ଷ ଟଙ୍କାର ଋଣ ଉଠାଇ ଥିଲେ । ପ୍ରତି ସଦସ୍ୟା ୪୦ ହଜାର ଟଙ୍କା   ନେଇ ନଥିଲେ , ପ୍ରତି ମାସ ରେ ବ୍ୟାଙ୍କରେ ଲୋନ ସୁଝିବା ପାଇଁ ସମ୍ପାଦିକା ସଦସ୍ୟା ମାନଂକ ଠାରୁ ଅର୍ଥ ନେଇ ବ୍ୟାଙ୍କ ରେ ଜମା ପାଇଁ ନେଉଥିଲେ । ବ୍ୟାଙ୍କ ରେ ଜମା ପାଇଁ  ପ୍ରତ୍ୟେକ ସଦସ୍ୟ ପ୍ରତି ମାସରେ ୨୧୦୦ ଟଙ୍କା ପ୍ରଦାନ କରୁଥିଲେ । ଯେଉଁ ଅର୍ଥ କୁ  ୨୨ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ସଦସ୍ୟ ସମ୍ପାଦକ ଙ୍କୁ ପ୍ରତି ମାସ ରେ ପେମେଣ୍ଟ କରିଥିଲେ ।                 
           କିନ୍ତୁ  ବ୍ୟାଙ୍କ୍ ରୁ ଏକ ନୋଟିସ ଆସିଲା ଫଳରେ ସମ୍ପାଦିକା  କରିଥିବା ଜାଲିଆତି ସାମ୍ନା କୁ ଆସିଥିଲା। ଏହାପରେ  ମହିଳା ସଦସ୍ୟା ମାନେ ସମ୍ପାଦିକା ଙ୍କୁ ଡାକି ବ୍ୟାଙ୍କ ନୋଟିସ ସଂପର୍କ ରେ ଅବଗତ କରାଇବା ପରେ ସମ୍ପାଦିକା ବ୍ୟାଙ୍କ୍ ର ସମସ୍ତ ୠଣ ପରିଶୋଧ କରିବା ପାଇଁ ସହମ୍ମତି ପ୍ରକାଶ କରିଥିଲେ । କିନ୍ତୁ ବ୍ୟାଙ୍କ୍ ଋଣ ଶୁଝିବା ତ ଦୂରର କଥା ଘର ଛାଡ଼ି କୁଆଡେ ଫେରାର ହୋଇଯାଇ ଛନ୍ତି ସମ୍ପାଦିକା। କେବଳ  ଋଣ  ଅର୍ଥ  ନୁହେଁ  ୨୦୧୭ ମସିହାରୁ ନିଜ ସଞ୍ଚୟ ଖାତରେ ଥିବା ଅର୍ଥ ମଧ୍ୟ ହଡପ ହୋଇଛି  ବୋଲି ନଜରକୁ ଆସିଛି। ଏ ନେଇ ବିଞ୍ଝାରପୁର ଥାନା ଦ୍ୱାରସ୍ଥ ହୋଇଛନ୍ତି ସୃୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ । ମାତ୍ର ଦୀର୍ଘ ୧୭ ଦିନ ବିତି ଯାଇଥିଲେ ମଧ୍ୟ ଏ ନେଇ ପୋଲିସ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Post a Comment

0 Comments