Header Ads Widget



BREAKING NEWS

6/recent/ticker-posts

ବିଫଳ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି ଆଇନମନ୍ତ୍ରୀ : ବିଜେଡ଼ି ।


      
  ଭୁବନେଶ୍ୱର :    ଡବଲ ଇଂଜିନ ସରକାରରେ ରାଜ୍ୟବାସୀ ଅସହାୟ ହୋଇ ପଡିଛି  । ଏମିତି କିଛି ଅଭିଯୋଗ ଆଣିଛି ବିଜେଡ଼ି ।ବିଫଳ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି ଆଇନମନ୍ତ୍ରୀ ? ସରକାରଙ୍କ ଉପରେ କାହିଁକି ଭରସା କରିପାରୁନାହାନ୍ତି ଛାତ୍ରୀ ଓ ମହିଳା ବୋଲି ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡ଼ି ।
        ବରଗଡ ନାବାଳିକା ମୃତ୍ୟୁ ଘଟଣାରେ ଆଇନମନ୍ତ୍ରୀ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆତ୍ମାହୁତି କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାଠ ପଢାଉଥିବା ଆଇନମନ୍ତ୍ରୀ ମନେରଖିବା ଉଚିତ, ବିଜେପି ସରକାର ଉପରେ ରାଜ୍ୟବାସୀ ଭରସା ଓ ବିଶ୍ୱାସ ହରାଇଛନ୍ତି ।
      ଆଜି ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି, ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ବରଗଡ ଜିଲ୍ଲାରେ ଜଣେ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ସରକାରଙ୍କ ବ୍ୟବସ୍ଥାଗତ ବିଫଳତାକୁ ସୂଚାଉଛି । ପୀଡିତାମାନଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ଦ୍ୱାର ଖୋଲା ଥିବା କହୁଥିବା ଆଇନମନ୍ତ୍ରୀ ବୁଝିବା ଉଚିତ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଶାସକ ବିଜେପି ଦଳର ଛାତ୍ର ସଂଗଠନ ଏବିଭିପିର ଜଣେ ଛାତ୍ରୀ ନ୍ୟାୟ ପାଇବା ପାଇଁ ସରକାରଙ୍କୁ ସବୁ ସ୍ତରରେ ନିବେଦନ କରି ଯଦି ନ୍ୟାୟ ପାଇପାରିଥାନ୍ତେ ତାହା ହେଲେ ଏକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ପୁଣି ଥରେ ଏ କଥା କୁ ଦୋହରାଇଛି ବିଜେଡ଼ି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ସରକାରଙ୍କ ଏହି ବିଫଳତାକୁ ସ୍ୱୀକାର କରନ୍ତୁ । 
ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଆଇନମନ୍ତ୍ରୀ କରୁଥିବା ଅଭିଯୋଗ ହାସ୍ୟାସ୍ପଦ ବୋଲି ଡ. ମହାନ୍ତି କହିବା ସହ, ସୁଶାସନର ନାରା ଦେଇ ଶାସନକୁ ଆସିଥିବା ବିଜେପି ସରକାରର ଅପାରଗତା ଲାଗି ୧୩ ମାସରେ ରାଜ୍ୟବାସୀ ଅସହାୟ ମଣୁଛନ୍ତି । ଆଗାମୀ ଦିନରେ ଠିକଣା ସମୟରେ ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡ଼ି ସରକାର ଙ୍କୁ ଚେତାଇ ଦେଇଛି ।

Post a Comment

0 Comments