Header Ads Widget



BREAKING NEWS

6/recent/ticker-posts

ପୁଣି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ ।

           
ପୁରୀ : ପୁଣି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ। ସିଂହଦ୍ଵାର ଥାନା ପୋଲିସ ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ ବୋଲି ଜଣାପଡିଛି। ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍। ତେବେ ଅଟକ ଥିବା ବ୍ୟକ୍ତି ଙ୍କୁ ଟାଉନ ଥାନାକୁ ନିଆଯାଇ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କେଉଁ ସେବକ ଯାଇଥିଲେ ନା ସେ ଏକୁଟିଆ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡିଓ ସ୍ପାଏ କ୍ୟାମେରାରେ ସମ୍ପୃକ୍ତ ବ୍ୟକ୍ତିଜଣକ କଏଦ କରିଥିବା ସନ୍ଦେହ କରାଯାଉଛି। ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି। 
      
ସେପଟେ ଗତ ୨୯ ତାରିଖରେ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡିଥିଲା। ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡି ଦେଇଥିଲା। ଏବେ ପୁଣି  ସମାନ ଘଟଣା ଘଟିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ସହିତ ପୋଲିସ ଚେକିଂ କରି ଭକ୍ତମାନଙ୍କୁ ଭିତରକୁ ଛାଡୁଛି। ଏଥିସହିତ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ସଶସ୍ତ୍ର ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ନେବାକୁ କିଭଳି ସାହାସ କଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
         
    ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶ ଏକ ପ୍ରେସ ରିଲିଜ ରେ ସୂଚନା ଦେଇ କହିଛନ୍ତି,  ଅପରାହ୍ନ 5 ଟା 30 ରେ ଶ୍ରୀମନ୍ଦିର ଭିତରେ ଥିବା କିର୍ତ୍ତନ ଚକଡା ଠାରୁ ସ୍ପାଏ କ୍ୟାମେରା ନେଇଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିଥିଲା। ତେବେ ଅଟକ ଥିବା ବ୍ୟକ୍ତି ଙ୍କ ଠାରୁ ପୋଲିସ ଚଷମା ସହିତ ସ୍ପାଏ କ୍ୟାମେରା ଏବଂ ମୋବାଇଲ୍ ଫୋନ୍ ଜବତ କରିବା ସହିତ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଘଟଣା ର ତଦନ୍ତ ଜାରି ରହିଛି।

Post a Comment

0 Comments