Header Ads Widget



BREAKING NEWS

6/recent/ticker-posts

ପିପିଲି ଅବକାରୀ ବିଭାଗ କୁ ବଡ ସଫଳତା। ବିଫୁଳ ପରିମାଣ ର ଭାଙ୍ଗପତି ଜବତ।

        
 ପୁରୀ,: ପିପିଲି ଅବକାରୀ ବିଭାଗ କୁ ବଡ଼ ସଫଳତା । ପିପିଲି ଦାଣ୍ଡ ମୁକୁନ୍ଦ ପୁର  ରୁ ଜବତ କଲା ୪ ଶହ ୨୧ କେଜି  ୨୦୦ ଗ୍ରାମ ଭାଙ୍ଗ ପତି ।ବିଶେଷ ସୂତ୍ର ରୁ ଖବର ପାଇ ପିପିଲି ଅବକାରୀ ବିଭାଗ  ଅଧିକାରିଣୀ  ଶୁଭସ୍ମିତା ସାହୁ ଅଚାନକ ଭାବେ ପିପିଲି ଦାଣ୍ଡ ମୁକୁନ୍ଦ ପୁର ଗ୍ରାମ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ଘରେ ଚଢ଼ାଉ କରିଥିଲେ । ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ଘରୁ  ବିଫୁଳ ପରିମାଣ  ଭାଙ୍ଗ ପତି ଯାହାର ଓଜନ  ୪୨୧  କେଜି  ୨୦୦ ଗ୍ରାମ ଜବତ ହୋଇଥିଲା। ଯାହାର ମୂଲ୍ୟ ୪ ଲକ୍ଷ ୨୧ ହଜାର ୨୦୦ ଟଙ୍କା । ପିପିଲି ଅବକାରୀ ବିଭାଗ ଦ୍ଵାରା ବିଫୁଳ ପରିମାଣ ର ଭାଙ୍ଗ ପତି ଜବତ କରିବା ସହିତ ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ ର ଏହି ଟିମ ରେ ଏ ଏସାଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ବଳ ସଞ୍ଜିପ ହସ୍ତି, ଆଲୋକ କୁମାର ଦାସ   ପ୍ରମୁଖ ଏହି ଅଚାନକ ଚଢ଼ାଉ ରେ ସାମିଲ ହୋଇଥିଲେ। ଅବକାରୀ ବିଭାଗର ଏହି ସଫଳତା ପରେ ପିପିଲି ରେ ବେଆଇନ ନିଶା କାରବାର ଉପରେ ରୋକ ଲାଗିବ ବୋଲି ଆଶା କରାଯାଉଛି ।

Post a Comment

0 Comments