Header Ads Widget



BREAKING NEWS

6/recent/ticker-posts

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ - ଅକ୍ଟୋବର ୨ ପର୍ଯ୍ୟନ୍ତ ।

     
ପୁରୀ  :ପୁରୀ ଜିଲ୍ଲା ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚଳିତ ମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ କାର୍ଯ୍ଯାଳୟ ପକ୍ଷରୁ ଏଥିପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।ଏହି ସମୟ ମଧ୍ୟରେ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ସ୍ୱାସ୍ଥ୍ୟ ପରୀକ୍ଷା , ସ୍ବେଛାକୃତ ରକ୍ତଦାନ  ଶିବିର ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଯୋଜନା ଶିବିର ଆୟୋଜନ କରାଯିବ।ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଅକ୍ଷୟ କୁମାର ଶତପଥୀ ଡି ଏଚ ଏଚ,ସମସ୍ତ ସିଏଚସି, ପିଏଚସି ଓ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବା ସହ ସରକାରଙ୍କ ଧାର୍ଯ୍ୟ ପ୍ରୋଟୋକଲ ବା ମାର୍ଗଦର୍ଶିକା ଆଧାରରେ ଏହାକୁ ଅନୁପାଳନ ପାଇଁ ଡା ଶତପଥୀ ପରାମର୍ଶ ଦେଇଛନ୍ତି।ସେହିପରି ଅକ୍ଟୋବର ୧ ତାରିଖରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି।ଏଥିରେ ଉପସ୍ଥିତ ରହି ରକ୍ତଦାନ କରିବାକୁ ଡା ଶତପଥୀ ଅନୁରୋଧ କରିଛନ୍ତି।

Post a Comment

0 Comments