Header Ads Widget



BREAKING NEWS

6/recent/ticker-posts

ଆକ୍ସନ ମୋଡ଼ ରେ ପୁରୀ ଏସପି ।

       
ପୁରୀ ( କଣାସ) : ଦାୟିତ୍ଵ ଗ୍ରହଣ କରିବାର ମାତ୍ର କେଇ ଦିନ ନ ପୁରୁଣୁ ଆକ୍ସନ ରେ ମୋଡ ରେ ପୁରୀ ଏସପି ପ୍ରତୀକ ସିଂ । ପୁରୀ ଏସପି ଦାୟିତ୍ଵ ଗ୍ରହଣ ପରେ ବିଭିନ୍ନ ଥାନା ଅଞ୍ଚଳ ରେ ଅପରାଧୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ପୁରୀ  ଏସପିଙ୍କ ନିର୍ଦ୍ଦେଶ କ୍ରମେ କଣାସ ଥାନା ପକ୍ଷରୁ ଚଢାଉ କରାଯାଇ ଦୁଇ ଜଣ ଅପରାଧିଙ୍କୁ ୱାରେଣ୍ଟ ବଳରେ ଗିରଫ କରା ଯାଇଛି। 

ଦୀର୍ଘ 32ବର୍ଷ ଲୁଚିବା ପରେ ଆଜି ସକାଳୁ କଣାସ ଥାନା ନନ୍ଦିଗୋଦା ଗ୍ରାମରମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ରଜନୀକାନ୍ତ ସ୍ୱାଇଁଙ୍କୁ କଣାସ ପୋଲିସ ୱାରେଣ୍ଟ ବଳରେ ଗିରଫ କରିଛି। ସେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧରେ ସଂପୃକ୍ତ  ଥିଲେ ମଧ୍ୟ ୧୯୯୩ ମସିହାରୁ ପୋଲିସ କୁ ଚକମା ଦେଇ ଫେରାର ଥିଲା। ମାନ୍ୟବର ପୁରୀ ସେସନ୍ସ କୋର୍ଟଙ୍କ ଗିରଫ ପରୱାନା ନମ୍ବର ଜିଆର/୪୭୭/୯୩ ବଳରେ ତାଙ୍କୁ ଗିରଫ କରାଯାଇଛି। 

           ସେହିପରି  କଣାସ ଥାନା ଗାଣ୍ଡପଡା ଗ୍ରାମର ରୋହିତ ପ୍ରଧାନଙ୍କୁ ଗିରଫ ପରୱାନା ନମ୍ବର ଜିଆର୍/୫୪୦/୨୦୧୯ ବଳରେ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ପ୍ରାୟ ଛଅ ବର୍ଷ ତଳୁ ଫେରାର ଥିଲେ। ପୁରୀ ଏସପି ଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଅପରାଧୀ ଛାନିଆ ହୋଇ ପଡିଛନ୍ତି ।

Post a Comment

0 Comments