ପୁରୀ : ପିପିଲି ରେ ବାଲ୍ୟ ବିବାହ ରୋକିଛି ଶିଶୁ ସୁରକ୍ଷା ଆୟୋଗ ଓ ପ୍ରଶାସନ । ପିପିଲି ଲକ୍ଷ୍ମୀନାରାୟଣ ପୁର ରେ ଏକ ୧୫ ବର୍ଷୀୟା ନାବାଳିକା ର ବାହାଘର କରାଯାଉଥିବା ଖବର ପାଇ ଚଢ଼ାଉ କରିଥିଲା ଶିଶୁ ସୁରକ୍ଷା ଆୟୋଗ। ପୁରୀ ଜିଲ୍ଲା ଚାଇଲଡ ଲାଇନ ଓ ପିପିଲି ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହି ବାଲ୍ୟ ବିବାହ କୁ ଅଟକାଇ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣଙ୍କ ୧୫ ବର୍ଷ ହୋଇଥିବା ବେଳେ ଜଣେ ୨୩ବର୍ଷୀୟ ଯୁବକ ସହିତ ତାଙ୍କର ବିବାହ ଚାଲୁଥିବା କହିଛନ୍ତି ପିପିଲି ବ୍ଲକ ଶିଶୁ ମଙ୍ଗଳ ଅଧିକାରୀ ମମତା ନାୟକ । ନାବାଳିକା ର ବିବାହ ଉକ୍ତ ପିପିଲି ଲକ୍ଷ୍ମୀନାରାୟଣ ପୁର ଠାରେ ଚାଲୁଥିବା ବେଳେ ପୋଲିସ ସହ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚିଥିଲେ । ଉଦ୍ଧାର ନାବାଳିକା କୁ ଜିଲ୍ଲା ଶିଶୁ ସୁଧାର ଗୃହ କୁ ପଠାଯାଇଥିବା ବେଳେ ଯୁବକ ଙ୍କ ବିରୋଧ ରେ ମାମଲା ରୁଜୁ କରିଛି ପିପିଲି ପୋଲିସ ।
0 Comments