ପୁରୀ :ପିପିଲି
କଣ ଆପଣ ମାନେ କରୁଛନ୍ତି, ଅଭିଯୋଗ ଶୁଣାଣି ରେ ଏଭଳି କିଛି ପ୍ରଶ୍ନ ପଚାରି ଅଧିକାରୀ ମାନଙ୍କୁ ଚକିତ କରିଥିଲେ ଅଭିଯୋଗକାରୀ। ପିପିଲି ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ରେ ଆଜି ଏଭଳି କିଛି ପ୍ରଶ୍ନ ରହିଥିଲା ସରକାରୀ ଅଧିକାରୀଙ୍କ ପାଇଁ । ଦୟା ସୁରକ୍ଷା ଅଭିଯାନ ର କର୍ମକର୍ତ୍ତା ମାନେ ଅଭିଯୋଗ କରିବା ସମୟ ରେ ଏଭଳି ପ୍ରଶ୍ନ୍ କରିଥିଲେ ସମାଜସେବୀ ଅଶୋକ ପ୍ରଧାନ। ଦୟା ନଦୀ ଗଙ୍ଗୁଆ ନାଳ ପାଇଁ ବିଷାକ୍ତ ହେଉଥିବା ଓ ଏଥିପାଇଁ ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ବୋଲି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ପ୍ରଶ୍ନ କରିଥିଲା ଦୟା ସୁରକ୍ଷା ଅଭିଯାନ । କେବଳ ଏତିକି ନୁହେଁ ଗଙ୍ଗୁଆ ପାଣି ପାଇଁ ମତ୍ସଜୀବୀ ଙ୍କ ଜୀବିକା ଓ ଚାଷ ଉପରେ ପ୍ରଭାବ ପଡୁଥିଲା ବେଳେ ଅଭିଯୋଗ ପରେ ଅଭିଯୋଗ ପାଇ ପ୍ରଶାସନିକ ଅଧିକାରୀ ମାନେ କଣ କରୁଛନ୍ତି ବୋଲି ପ୍ରଶ୍ନ ବାଣ ରେ ଘାଇଲା କରିଥିଲା ଦୟା ସୁରକ୍ଷା ଅଭିଯାନ । ସେହିପରି ସର୍ବସାଧାରଣଙ୍କ ରାସ୍ତା ଅବରୋଧ କୁ ନେଇ ପିପିଲି ମାଟିଆ ପଡା ର ବାସିନ୍ଦା ମାନେ ଅଭିଯୋଗ ଶୁଣାଣି ରେ ଅଧିକାରୀ ଙ୍କୁ ଅଭିଯୋଗ କରି ସର୍ବସାଧାରଣଙ୍କ ରାସ୍ତା ଅବରୋଧ କୁ ନେଇ ପ୍ରଶାସନିକ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ । ସର୍ବସାଧାରଣଙ୍କ ରାସ୍ତା ଅବରୋଧ ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ କରାଯାଇ ଥିଲେ ମଧ୍ୟ ପିପିଲି ତହସିଲଦାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କାରୀ ମାନେ ଜିଲ୍ଲା ପ୍ରଶାସନ ର ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେବଳ ଏତିକି ନୁହେଁ ବେଆଇନ ପଥର ମୋରାମ ଚାଲାଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଭିଯୋଗ କାରୀ। ପିପିଲି ଅଂଚଳ ରେ ବ୍ୟାପକ ଭାବେ ପଥର ଓ ମୋରାମ ଚାଲାଣ ହେଉଥିବା ଓ ଏ ନେଇ ପ୍ରଶାସନିକ ଅଧିକାରୀ ମାନେ ନିରବ ରହିବା ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ରେ ଅଭିଯୋଗ କରିଥିଲେ। ଆଜିର ଏହି ଜନ ଶୁଣାଣି ଶିବିର ରେ ମୋଟ ୮୧ ଟି ଅଭିଯୋଗ ହୋଇଥିଲା ବେଳେ ମାସ ମାସ ଧରି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ବିଲ ପେମେଂଟ ନ ହେବା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ପକ୍କା ଗୃହ ଓ ଭତ୍ତା ନ ମିଳିବା ଭଳି ଅଭିଯୋଗ ଅଭିଯୋଗ ଶୁଣାଣୀ ରେ ଅଭିଯୋଗ କରିଥିଲେ ଅଭିଯୋଗ କାରୀ। ସେପଟେ ଏଭଳି ଅଭିଯୋଗ ଶୁଣାଣି ରେ ବାରମ୍ବାର ଅଭିଯୋଗ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଧର ସାହୁ । ସେପଟେ ଅଭିଯୋଗ କୁ ତୁରନ୍ତ ଗ୍ରହଣ କରି ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁରୀ ଏ ଡିଏମ ଶରତ ଚନ୍ଦ୍ର ବେହେରା କହିଛନ୍ତି । ଆଜିର ଏହି ଶିବିରରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ସମେତ ପୁରୀ ଅତିରିକ୍ତ ଏସ୍ପି ଓ ପିପିଲି ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଯାଜପୁର :
ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଅଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ବିଂଝାରପୁର ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୮୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୭୨ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୪ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୧୨ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୧୮ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ, ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଂଝାରପୁର, ଶ୍ରୀ ହିତାଂଶୁ ଶେଖର ସାମଲ, ଭାରପ୍ରାପ୍ତ ତହସିଲଦାର, ବିଂଝାରପୁର ଶ୍ରୀ ପ୍ରଦୀପ୍ତ କୁମାର ସେଠୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।


.jpg)
0 Comments