Header Ads Widget



BREAKING NEWS

6/recent/ticker-posts

ପିପିଲି ପଞ୍ଚାୟତ ସମିତି ବୈଠକ ଅଧାରୁ ବନ୍ଦ । ହୋହଲ୍ଲା ଓ ପାଟିତୁଣ୍ଡ ପାଇଁ ଅଧା ରୁ ହେଲା ବନ୍ଦ।

ପିପିଲି,:୨୩|୧୦ -ପିପିଲି ପଞ୍ଚାୟତ ସମିତି ସପ୍ତମ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଥିଲା। ହୋହଲ୍ଲା ପାଇଁ ଅଧାରୁ ବୈଠକ ବନ୍ଦ ହୋଇଥିଲା। ବିଜୁ ଜନତାଦଳ ସର୍ମଥିତ ପଞ୍ଚାୟତ ସମିତି ଅଧ୍ଯକ୍ଷା, ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ଯ/ସଭ୍ଯା ଓ ଜିଲ୍ଲାପରିଷଦମାନେ ଏହି ବୈଠକରୁ କକ୍ଷ ତ୍ଯାଗ କରିଥିଲେ। ତେବେ ମିଳିଥିବା ସୁଚନାନୁଯାଇ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ରେ କାମ ହେବା ପାଇଁ ବିଭିନ୍ନ ପଞ୍ଚାୟତକୁ ଅର୍ଥରାଶି ଆସିଥିବା ବେଳେ ଶାସକ ଓ ବିରୋଧୀଦଳ ମଧ୍ଯରେ କାମ ଭାଗବଣ୍ଟାକୁ ନେଇ ଦିର୍ଘଦିନ ଧରି ଅସନ୍ତୋଷ ଜାରି ରହିଥିଲା। ଶାସକ ଦଳ ଶତକଡା ୪୦ ଭାଗ କାମ କରିବେ ଏବଂ ବିରୋଧୀ ଦଳ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସର୍ମଥକ ସରପଞ୍ଚ ଓ ସମିତିସଭ୍ଯ/ସଭ୍ଯା ମାନେ ଶତକଡା ୬୦ଭାଗ କରିବା ନେଇ ପୁର୍ବରୁ ଆଲୋଚନା ହୋଇଥିଲା। ଏହି କଥାକୁ ଶାସକଦଳ ନମାନି ସରକାରରେ ଥିବା କହି ଚାପ ପ୍ରୟୋଗ କରି ପଞ୍ଚାୟତ ସମିତି ଅଧିନରେ ଥିବା ଡିପାର୍ଟମେଣ୍ଟ ର ସବୁ କାମ କରିବାକୁ ନେଇ ଏହି ବୈଠକରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ବିରୋଧୀଦଳ ବି ତାଙ୍କ ଭାଗ ମୁତାବକ କାମ କରିବା ଜିଦରେ ଅଟଳ ରହିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ବୈଠକରେ ପାଟିତୁଣ୍ଡ ହୋଇ ଥିଲା। ବିଜେଡି ଦଳର ସର୍ମଥକ ମାନେ ଅଧାରୁ କକ୍ଷତ୍ଯାଗ କରିଥିଲେ। ସୁଚନା ଥାଉକି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସର୍ମଥକ ମାନେ ବିଡିଓଙ୍କ କାର୍ଯ୍ଯାଳୟ ସମ୍ମୁଖରେ ୩ମାସ ତଳେ ଏହି କାମକୁ ନେଇ ଧାରଣାରେ ବସିଥିଲେ। ପୁର୍ବ କଥାକୁ ବିଚାର କରିବା ପାଇଁ ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଉପସ୍ଥିତ ରେ ବିଡିଓ ପ୍ରତିଶୃତି ଦେଇଥିବାରୁ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା। କିନ୍ତୁ ଆଜି ପଞ୍ଚାୟତ ସମିତି ବୈଠକରେ ସେହି କଥାକୁ ନେଇ କଥା କଟା କଟି ହେବା ସହ ହୋହଲ୍ଲା ହୋଇଥିଲା। ଶାସକଦଳ ସରକାରରେ ଥିବାରୁ ସବୁ କାମ ତାଙ୍କ ସମର୍ଥକମାନେ କରିବା ପାଇଁ ଜିଦଧରି ଥିବା ବେଳେ ବିରୋଧୀଦଳ ପଞ୍ଚାୟତ ସମିତି ଦଖଲରେ ଥିବାରୁ ତାଙ୍କ ଭାଗ ମୁତାବକ କାମ କରିବାକୁ ସେମାନେ ଜିଦ୍ ରେ ଅଟଳ ରହିଥିଲେ। କିଛି ସମୟ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋହଲ୍ଲା ହୋଇଥିଲା। ଯଦି ଶାସକ ଦଳ ପଞ୍ଚାୟତ ସମିତିରେ ସରକାରୀ ଦଳର ଚାପ ପ୍ରୟୋଗ କରି ଜୋର ଜବରଦସ୍ତ ସବୁ କାମ କରନ୍ତି ତେବେ ତ୍ରିସ୍ତରୀୟ ପଞ୍ଚାୟତ ବ୍ଯବସ୍ଥା ଆଇନ ଉଲ୍ଲଂଘନ ହେଉଥିବା ଦର୍ଶାଇ ବିଜେଡି ସର୍ମଥକ ମାନେ କକ୍ଷ ତ୍ୟାଗ କରିଥିବା ଜିଲ୍ଲାପରିଷଦ ସଭ୍ଯ ଧରଣୀଧର ସାହୁ କହିଥିଲେ। ବିଡିଓ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ ସୁଧା କୌଣସି ସମାଧାନର ବାଟ ବାହାରିନଥିଲା। ବାଧ୍ଯ ହୋଇ ବୈଠକ କୁ ଅଧାରୁ ବନ୍ଦ କରିବାକୁ ପଡିଥିବା ସୁଚନା ମିଳିଛି। 


ଏହି ବୈଠକରେ ବିଧାୟକ ଆଶ୍ରୀତ ପଟ୍ଟନାୟକ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ଦେବସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ,ଜିଲ୍ଲାପରିଷଦ ସଭ୍ଯ ଧରଣୀଧର ସାହୁ, ସୁଶାନ୍ତ ମଲ୍ଲିକ, ବିଡିଓ ସରୋଜ କୁମାର ରାଉତ ପ୍ରମୁଖ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଂଚ ସମିତିସଭ୍ଯ/ସଭ୍ଯା ଉପସ୍ଥିତ ଥିଲେ। ତେବେ ଏହି ବୈଠକ ଅଧାରୁ ବନ୍ଦ ହେବା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖା ଦେଇଛି। ଏବଂ ଛକ ବଜାରରେ ଚର୍ଚ୍ଚା ର ବିଷୟ ପାଲଟିଛି।

Post a Comment

0 Comments