ଭୁବନେଶ୍ୱର,: ଶୁକ୍ରବାର ବିଜୁ ଜନତା ଦଳ ପକ୍ଷରୁ ନୂଆପଡା ନିର୍ବାଚନ ମଣ୍ଡଳୀ, ନୂଆପଡା ବ୍ଲକ ଜୋନ-୯ ଅନ୍ତର୍ଗତ ସାହିପଳା ଓ ଦର୍ଲିମୁଣ୍ଡା ପଞ୍ଚାୟତର ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବିଶେଷ ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଦଳୀୟ କର୍ମୀଙ୍କୁ ବିଜୁ ଜନତା ଦଳକୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଭୋଟର ମାନଙ୍କ ପାଖକୁ ଯାଇ ନୂଆପଡ଼ାର ବିକାଶ ପାଇଁ ଶଙ୍ଖ ଚିହ୍ନରେ ବିପୁଳ ବିଜୟ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି ଓ ଯୁବ ବିଜେଡ଼ି ନେତା ଶିବାନନ୍ଦ ପରିଛା ସଭାରେ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ କିପରି ନୂଆପଡାରେ ପୁନଃ ବିଜୟ ଲାଭ କରିବ, ସେ ନେଇ କର୍ମୀଙ୍କ ସହ ଆଲୋଚନା ପୂର୍ବକ ରଣନୀତି ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବିଜେପି ପରିତ୍ୟାଗ କରି ଚନ୍ଦନ ବରିହା ବିଜେଡ଼ିରେ ଯୋଗଦାନ କରିଥିଲେ ।
ସଭାରେ ଦଳର ଉଭୟ ପଞ୍ଚାୟତର ଶତାଧିକ କର୍ମୀ, ସମର୍ଥକଙ୍କ ସମେତ ତୁଳସୀ ବରିହା, ଲାଲେଶ୍ୱର୍ ତାଣ୍ଡି, ପିତାମ୍ୱର କେଉଟ, ପଦ୍ମ ଲୋଚନ ରାଉତ, ଭୁବନ ତାଣ୍ଡି, ଦେବ ଚରଣ ବାରିକ ପ୍ରମୁଖ ଉପସ୍ଥିତ ହୋଇ ଦଳ ପ୍ରତି ନିଜର ନିଷ୍ଠା ଓ ସମର୍ପଣ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଗ୍ରାମ ସ୍ତରରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତ କର୍ମୀ ଏକତ୍ର ଓ ସକ୍ରିୟ ଭାବେ ଅଭିଯାନ ଜାରି ରଖିବାକୁ ଆହ୍ୱାନ ଜଣାଯାଇଥିଲା ।


.jpg)
0 Comments