Header Ads Widget



BREAKING NEWS

6/recent/ticker-posts

ପଞ୍ଚାୟତ ସ୍ତରୀୟ ବୈଠକରେ ପ୍ରତିଫଳିତ ହେଲା ବିଜେଡିର ଲୋକପ୍ରିୟତାନୂଆପଡ଼ାରେ କେବଳ ବିଜେଡି ବିକାଶ ଆଣିପାରିବ ।

    

ଭୁବନେଶ୍ୱର, : ଆଗାମୀ ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ନୂଆପଡା ବ୍ଲକ ଅଧୀନ ଧରମବନ୍ଧା ଓ ସାଇପଲା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସକ୍ରିୟ କର୍ମୀ, ସାଧାରଣ ଜନତାଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଯାଇଛି । ପୁର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ, ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ବରିଷ୍ଠ ନେତା ସୁଶାନ୍ତ ମିଶ୍ର ପ୍ରମୁଖ ସଭାରେ ଉଦ୍ବୋଧନ ଦେଇ କହିଥିଲେ ଯେ, ଗତ ଦୁଇ ଦଶନ୍ଧୀ ଧରି ଓଡ଼ିଶାରେ ହୋଇଥିବା ଅଭୂତପୂର୍ବ ରୂପାନ୍ତରଣ କେବଳ ନବୀନ ବାବୁଙ୍କ ଅବଦାନ ।
    
 ଆଦିବାସୀ ବିକାଶ ପାଇଁ ବିଜେଡିର ସଂଗ୍ରାମ ଆଜି ମଧ୍ୟ ଜାରି ରହିଛି । ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଶୈଳୀ ହିଁ ଓଡ଼ିଶାକୁ ଆହୁରି ଆଗକୁ ନେଇପାରିବ । ଏହି ଅବସରରେ ବିଜେଡି ନେତୃବୃନ୍ଦ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନକୁ ସ୍ମରଣ କରିବା ସହ ନୂଆପଡ଼ାର ବିକାଶ ପାଇଁ ବିଜେଡିର ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆଙ୍କୁ ବହୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଆହ୍ୱାନ ଜଣାଇଥିଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ସଭାରେ ଦଳୀୟ ଏକତା, ସଂଗଠନ ଓ ଜନସମ୍ପର୍କ ସୃଷ୍ଟିରେ ନୂଆ ଉତ୍ସାହ ଦେଖାଯାଇଥିଲା ।
  
 ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବ ନେତା ଶିବାନନ୍ଦ ପରିଛା, ପ୍ରମୋଦ ପାଢ଼ୀ, ଗଇଁଦରାମ ସାହୁ, ଚୁମନ ପ୍ରଧାନ, ଚମନ ନିର୍ମଳ କର, ଆଶାରାମ ଦଣ୍ଡସେନା, ଚୁନେଶ ସାହୁ, ସୁଶାନ୍ତ ମିଶ୍ର, ମାୟାବତୀ ଜଗତ, ତୁଳସୀ ବେରିହା, ଲାଳେଶ୍ୱର ତାଣ୍ଡି, ବାଲକୁମାର ବରିହା,  ଜ୍ଞାନସିଂ ମାଝୀ, ରୁପଲାଲ କେଉଁଟ, ଜାମୁଲାଲ ତାଣ୍ଡି ପ୍ରମୁଖଙ୍କ ସହ ବିଜେଡିର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Post a Comment

0 Comments