Header Ads Widget



BREAKING NEWS

6/recent/ticker-posts

ପୁରୀ ବେଳା ଭୂମି କୁ ପର୍ଯ୍ୟଟକ ଙ୍କୁ ମନା।

    
ପୁରୀ: ବାତ୍ୟା ମୋନ୍ଥା କୁ ନେଇ ହାଇ ଆଲର୍ଟ ରେ ପୁରୀ ଜିଲା ପ୍ରଶାସନ। ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମି କୁ ଯିବା ନେଇ ଲାଗିଲା କଟକଣା। ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଚି ସମୁଦ୍ର। ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ସ୍ନାନ ନେଇ ରହିଚି ବିପଦ। ବେଳାଭୂମି ରେ ଥିବା ପର୍ଯ୍ୟଟକ ଙ୍କୁ ସଚେତନ କରୁଚି ପୁରୀ ପୋଲିସ୍। 
      
ବେଳାଭୂମି କୁ ନ ଯିବାକୁ ପର୍ଯ୍ୟଟକ ଙ୍କୁ ପୋଲିସ ପକ୍ଷରୁ ଅନୁରୋଧ। ବାତ୍ୟା ମୋନ୍ଥା ପ୍ରଭାବ ରେ ପୁରୀ ରେ ପ୍ରବଳ ବର୍ଷା ଆଶଙ୍କା। ତଳିଆ ଅଞ୍ଚଳ ରୁ ଲୋକ ଙ୍କୁ ଆବଶ୍ୟକତା ଅନୁଯାୟୀ ଉଦ୍ଧାର କରିବାକୁ ସବୁ ତହସିଲଦାର ଓ ବିଡ଼ିଓ ଙ୍କୁ ପୁରୀ ଜିଲାପାଳ ଙ୍କ ନିର୍ଦ୍ଦେଶ। ପୁରୀ ସହର ରେ ଜଳବନ୍ଦୀ ସମସ୍ୟା ହେଲେ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା ହୋଇଚି। ଉଦ୍ଧାର କାର୍ଯ୍ୟ ପାଇଁ ସବୁ ବ୍ଲକ୍ ରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ।

Post a Comment

0 Comments