Header Ads Widget



BREAKING NEWS

6/recent/ticker-posts

ରାଜନୈତିକ ଛତ୍ର ଛାୟା ତଳେ ଚାଲିଛି ପିପିଲି ରେ ବେଆଇନ୍ ବାଲି ଘାଟ ।

    
  ପୁରୀ :ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ଖାତିର  କରୁ ନାହିଁନ୍ତି ସରକାରୀ ବାବୁ ,ବାଲି ମାଫିଆ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ବେଳେ ପିପିଲି ରେ ଏହା କାର୍ଯ୍ୟକାରୀ ହେଉ ନାହିଁ । ଦିନ ତମାମ ବାଲି ମାଫିଆ ମାନେ ବେଧଡକ ଭାବେ ଭାର୍ଗବୀ ନଦୀରୁ ବାଲି ଉତ୍ତୋଳନ କରୁଥିଲେ ମଧ୍ୟ ସରକାରୀ ଅଧିକାରୀ ମାନେ ସବୁ ଜାଣି ଶୁଣି ସାଜି ଛନ୍ତି ନୀରବ ଦ୍ରଷ୍ଟା।
 ନଦୀରେ ଜଳସ୍ତର ହ୍ରାସ ହେବା ପରେ ପିପିଲି ରେ ବାଲି ମାଫିଆ ଙ୍କ ପ୍ରାଦୃଭାବ ବଢି ବାରେ ଲାଗିଛି । ପିପିଲି ନୁଆଶାଷନ ଓ ଚଉଦମାଣ ନିକଟରେ ପିପିଲି ଓ ନିମାପଡା ତହସିଲ ଅଂଚଳ ରୁ ଦିନ ରାତି ବାଲି ଚୋରା ଚାଲାଣ କରାଯାଇଛି । ଗ୍ରାମବାସୀ ବିରୋଧ କଲେ ମାଫିଆ ଲାଲି ଆଖି ଦେଖାଉ ଥିବା ଅଭିଯୋଗ ହୋଇ ଆସୁଛି। ଏପରିକି ବଳଙ୍ଗା ଥାନାରେ ଚୋରା ବାଲି ଚାଲାଣ କରାଯାଉ ଥିବା ନେଇ ଦୁଇ ଦୁଇ ଟା ଅଭିଯୋଗ  କରାଯାଇଥିଲେ ମଧ୍ୟ ବାଲି ମାଫିଆ ଙ୍କ ଉପରେ ରୋକ ଲାଗି ପାରି ନାହିଁ । ବାଲି ଚୋରି ପାଇଁ ସରକାର  କୋଟି କୋଟି ଟଙ୍କା ରାଜସ୍ଵ ହରାଉ ଥିବା ବେଳେ  ବାଲି ଚୋରା ଚାଲାଣ ଉପରେ ରୋକ ଲାଗି ପାରୁ ନାହିଁ । ଗୋଟିଏ  ମଧ୍ୟ ବାଲି ଘାଟ ନିଲାମ ଦିଆଯାଇ ନଥିବା ବେଳେ କିପରି ବେଆଇନ ବାଲି ଚୋରା ଚାଲାଣ କରାଯାଉଛି ବୋଲି ପ୍ରସ୍ନ ଉଠୁଛି? ବାଲି ଚୋରା ଚାଲାଣ ପଛ ରେ ରାଜନୈତିକ ବ୍ୟକ୍ତିଙ୍କ ହାତ ରହୁଥିବା ଚର୍ଚ୍ଚା ଜୋର୍ ଧରିଛି 


।ଭାର୍ଗବୀ ନଦୀ ରୁ କେବଳ ନୂଆ ଶାସନ ,ଚଉଦ ମାଣ,ମହିନି ପିଡି ଅଞ୍ଚଳ ରୁ  ନୁହେଁ ପାରିଜଅଁର ରେ ବେଧଡକ୍  ଚୋରା ବାଲି ଉତ୍ତୋଳନ କରା ଯାଉଛି
ଗୋଟିଏ ପଟେ  ବାଲି ମାଫିଆ ଙ୍କୁ  ସାବାଡକରିବା ଲାଗି  ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇ ଥିବା ବେଳେ  ପୁରୀ ଜିଲ୍ଲା ପିପିଲି ରେ କିଭଳି ବେଆଇନ ବାଲି ଘାଟ ଚାଲିଛି ଏହା ହେଉଛି ତାର ଜ୍ୱଳନ୍ତ ପ୍ରମାଣ । 
  ।

Post a Comment

0 Comments