ପୁରୀ: ୧୯/୧୨/୨୫ - ନିମାପଡ଼ା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଓ ସେଣ୍ଟର ଫର
ଏନଭିରନ ମେଣ୍ଟାଲ ଷ୍ଟ୍ ଡି ଜ୍, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ରଶ୍ମି ରଂଜନ ପାଣି ଅତଥି ମାନଙ୍କୁ ସ୍ଵାଗତ କରିବା ସହିତ, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇ ଥିଲେ। ସାଂଗଠାନିକ ସମ୍ପାଦକ ଡ. ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପରବର୍ତ୍ତୀ ଆଭିମୁଖ୍ୟର ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରଫେସର୍ ଡ. କୁଞ୍ଜବିହାରୀ ଶତପଥୀ, ପ୍ରଫେସର ଡ.ଗୋପାଳ ଚନ୍ଦ୍ର ନନ୍ଦ, ଡ. ଆଶୀର୍ବାଦ ମହାପାତ୍ର ଔଷଧୀୟ ବୃକ୍ଷ ର ରୋପଣ, ରକ୍ଷଣାବେକ୍ଷଣ, ବ୍ୟବହାର ବିଷୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବା ସହିତ ୫୦ ଜଣ ଛାତ୍ର ଛାତ୍ରୀ ଙ୍କୁ ଔଷଧୀୟ ବୃକ୍ଷ ର ଚାଷ ପ୍ରଣାଳୀ ବିଷୟରେ ନୂତନ ଉଦ୍ୟାନକୁ ଯାଇ ୪୨ ଟି ବିଭିନ୍ନ ପ୍ରଜାତିର ବୃକ୍ଷ ର ଗୁଣ ତଥା ମଧୁମେହ ନିବାରଣ ବୃକ୍ଷ ମାନଙ୍କ ଉପରେ ବିଶଦ ବ୍ୟାଖ୍ୟା କରି ଥିଲେ, କାର୍ଯକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ସୁରେଶ କୁମାର ବେହେରା। ସୌମ୍ୟ କାନ୍ତ, ବଳରାମ, ଜଗନ୍ନାଥ ଙ୍କ ଭଳି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରି ଥିଲେ।


.jpg)
0 Comments