ପୁରୀ :15/12/25
ପିପିଲି ବ୍ଳକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣିରେ ମୋଟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଜନ ଅଭିଯୋଗ ଶୁଣାଣି ସମୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉ ନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।ଅଭିଯୋଗ ଶୁଣାଣିରେ ବିଧବା,ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା ଯୋଜନା ରେ ଭୂମିହୀନ ଙ୍କୁ ଜାଗା ଯୋଗାଇ ଦେବା,ରାସ୍ତା ସମସ୍ୟା ସହିତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା।ବିଶେଷ କରି ପିପିଲି ଅଞ୍ଚଳ ରେ ବେଆଇନ ବାଲି ଓ ମୋରମ ଚୋରା ଚାଲାଣ କୁ ନେଇ ବ୍ଳକ୍ ଅଧ୍ୟକ୍ଷା ଦେବସ୍ୱନି ନନ୍ଦ ଓ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଅଭିଯୋଗ କରିଥିଲେ।ଆଜିର ଶିବିରରେ ଅନେକ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ବୋଲି ସୂଚନା ଦେଇଥିଲେ।ଆଜିର କାର୍ଯକ୍ରମ ରେ ଜିଲ୍ଲା ମୁଖ୍ୟଚିକତ୍ସାଧିକାରୀ,ଅତିରିକ୍ତ ଏସପି, ତହସିଲଦାର,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ପିପିଲି ବିଡିଓଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ ।
ବାଇଟ:
ବାଇଟ:
ବାଇଟ:


.jpg)
0 Comments