ପୁରୀ/ପିପିଲି ୨୭/୧୨/୨୫: ଚିନ୍ତା ବଢାଇଲାଣି ପିପିଲି ରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ପିକନିକ୍ ସମୟ ପାଇଁ ଏବେ ପୁରୀ ଓ କୋଣାର୍କ ରେ ଭିଡ ଜମୁଛି । ଦୈନିକ ହଜାର ହଜାର ପର୍ଯ୍ୟଟକ ପିକନିକ୍ ପାଇଁ ଏଠାକୁ ଆସୁଛନ୍ତି। ପୁରୀ ଓ କୋଣାର୍କ ଯିବା ସମୟ ରେ ପିପିଲି ର ଗୁରୁତ୍ଵ ରହିଥାଏ । ପିପିଲି ଚାନ୍ଦୁଆ ପ୍ରତି ଅନେକ ଙ୍କ ର ଆଗ୍ରହ ଥିବାରୁ ଅନେକ ପିପିଲି ରେ ଅଟକି ଯାଇ ଥାନ୍ତି । ଆଜି ଚାନ୍ଦୁଆ ନଗରୀ ପିପିଲି ରେ ସଂଧ୍ୟା ବେଳର ଦୃଶ୍ୟ ଯିଏ ନ ଦେଖିଛି ସେ ବୋଧ ହୁଏ ବିଶ୍ୱାସ କରି ନ ପାରେ । ମାତ୍ର ଆଜିର ଟ୍ରାଫିକ ବ୍ୟବସ୍ଥା ପାଇଁ ପିପିଲି କୁ ନିନ୍ଦିତ ହେବାକୁ ପଡିଛି । ଚାନ୍ଦୁଆ ବଜାର ରେ ରାସ୍ତା ଉପରେ ଘଂଟା ଘଂଟା ଟ୍ରାଫିକ ବ୍ୟବସ୍ଥା ଭୁଷୁଡି ପଡିବା ଭଳି ମନେ ହେଉ ଥିବା ବେଳେ ଉଭୟ ପାର୍ଶ୍ବ ରେ ଶହ ଶହ ଗାଡ଼ି ଅଟକି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ଅଟକି ରହିଥିଲା ଆମ୍ବୁଲାନ୍ସ । କେବଳ ଆଜି ନୁହେଁ ଏହା ନୀତି ଦିନିଆ ଘଟଣା ହୋଇ ସାରିଥିବା ବେଳେ ପୋଲିସ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
0 Comments