Header Ads Widget



BREAKING NEWS

6/recent/ticker-posts

ପିପିଲି ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ନୂତନ ଛେରା ପହଁରା ସେବା। ବଦଳିଲେ ପୁରାତନ ଛେରା ପହଁରା ରାଜା ନୂତନ ରାଜା ହେଲେ ପ୍ରମୋଦ କୁମାର ନନ୍ଦ ।

   ପୁରୀ (ପିପିଲି )୦୫.୦୧.୨୦୨୫ :            ପୁରାତନ ଲୋକାଦୃତ ପିପିଲି ରଥଯାତ୍ରାର ଶ୍ରୀଗୁଣ୍ଡିଚା ରଥରେ ଛେରା ପହଁରା ସେବା ପାଇଁ ନୂତନ ଦାୟୀତ୍ବ ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ପ୍ରମୋଦ କୁମାର ନନ୍ଦ । ପବିତ୍ର ପୁଷ୍ୟାଭିଷେକ ତିଥି ଅବସରରେ ପିପିଲି ରଥଯାତ୍ରା ପରିଚାଳନା କମିଟିର ସର୍ବ ସମ୍ମତି ନିଷ୍ପତ୍ତି କ୍ରମେ ପିପିଲି ବ୍ଲକ ଅନ୍ତର୍ଗତ ଭାରତୀପୁର ନିବାସୀ ଶ୍ରୀଯୁକ୍ତ ପ୍ରମୋଦ ନନ୍ଦଙ୍କ ପାରମ୍ପାରିକ ତଥା ବିଧି ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା  ଓ ହୋମ ଯଜ୍ଞାଦି ଆୟୋଜନର ଆଧ୍ୟାତ୍ମିକ ପାରିବେଶରେ ଅଭିଷେକ କାର୍ଯ୍ୟ ସମ୍ପନ୍ନ କରାଯାଇଛି। 
ପୂର୍ବରୁ ନିର୍ଦ୍ଧାରିତ ନିୟମ ଅନୁସାରେ ଶ୍ରୀ ନନ୍ଦ ମହାଶୟଙ୍କୁ ସେବାୟତ ଓ ବ୍ରାହ୍ମଣଙ୍କ ଦ୍ବାରା ନିମନ୍ତ୍ରଣ ପତ୍ର ସହିତ ପୁଷ୍ପ,ନଡ଼ିଆ,ଗୁଆ ଓ ସମ୍ମାନ ବସ୍ତ୍ର ପରିଧାନ ପ୍ରଦାନ କରଯାଇଥିଲା। ପୁଷ୍ୟାଭିଷେକ ତିଥିରେ ଅଦ୍ୟ ରଥଯାତ୍ରା ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଶତପଥୀ,ଉପସଭାପତି ବାମଦେବ ମିଶ୍ର, ସଧାରଣ ସମ୍ପାଦକ ପ୍ରଭାତ କୁମାର ମହାପାତ୍ର, ସହ ସମ୍ପାଦକ ରମେଶ ମହାପାତ୍ର , ପତିତ ପାବନ ମନ୍ଦିର ସଭାପତି ସୁରେନ୍ଦ୍ର ମହାପାତ୍ର ଓ କୋଷାଧ୍ୟକ୍ଷ  ପ୍ରଦୀପ ମହାପାତ୍ରଙ୍କ ସମେତ ରଥ ସଦସ୍ୟ ଗୌରାଙ୍ଗ ଷଡଙ୍ଗୀ ଏବଂ ପୁରୋହିତ ଲକ୍ଷ୍ମିଧର ମିଶ୍ର, କହାଳିଆ ଦୈତାରି ମାଝୀ ଓ ପରିଚାଳକ ସେବକ କାଳିଆ ମହାପାତ୍ର
  
 ଭାରତୀ ପୁର ସ୍ଥିତ ନନ୍ଦ ନିବାସରୁ ପୂଜାର୍ଚ୍ଚନା ପରେ ପତିତ ପାବନ ମନ୍ଦିର ଅଭିମୁଖେ ଶ୍ରୀ ନନ୍ଦଙ୍କୁ ପାଛୋଟି ନେଇ ଥିଲେ। ମନ୍ଦିର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପଣ୍ଡା ପତିତ ପାବନ ଦେବଙ୍କ ଆଜ୍ଞାମାଳ ଦେଇ ପଗଡ଼ି, ଅଙ୍ଗବସ୍ତ୍ର ସହିତ ପହିଲି ଭୋଗ ଅର୍ପଣ କରିଥିଲେ। 
    ପ୍ରକାଶ ଥାଉକି ପୂର୍ବ ପ୍ରଚଳିତ ନିଆରା ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ରଥରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ନନ୍ଦ ଓ ବାହୁଡା଼ ରଥରେ ପୂର୍ବ ଦାୟୀତ୍ବ ଧାରକ ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା ଛେରା ପହଁରା ସେବା ତୁଲାଇବେ। ବହୁ ବର୍ଷ ଧରି ଗୁଣ୍ଡିଚା ରଥରେ ପିପିଲି ର ପୂର୍ବତନ ଚେୟାର ମ୍ୟାନ ଗୋକୁଳା ନଦ ମହାନ୍ତି ଏହି ଦାୟିତ୍ଵ ତୁଲାଇ ଆସୁଥିଲେ । ଚଳିତ ବର୍ଷ  ଗୁଣ୍ଡିଚା ରଥ ରେ ପ୍ରମୋଦ କୁମାର ନନ୍ଦ ଏହି ଦାୟିତ୍ଵ ତୁଲାଇବେ ।

Post a Comment

0 Comments