ପୁରୀ: ପିପିଲି ୦୨/୦୧/୨୬ :ଚର୍ଚ୍ଚା ରେ ପିପିଲି ତହସିଲଦାର । ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ପ୍ରାୟ ଏକ ମିନିଟ ର ଭାଷଣ କୁ ନେଇ ଚର୍ଚ୍ଚା ପରିସର କୁ ଆସିଛନ୍ତି ପିପିଲି ତହସିଲଦାର ହୃଷୀକେଶ ତ୍ରିପାଠୀ। ସାର୍ ଙ୍କ ର ଭାଷଣ ଜଣେ ସରକାରୀ ଅଧିକାରୀ ଙ୍କ ପରି ନୁହେଁ ସତେ ଯେପରି ଜଣେ ଆଗ ଧାଡ଼ିର ଦଳୀୟ କର୍ମୀ ଙ୍କ ଭଳି ରହିଛି । ଭଲ କରି ଶୁଣି ନିଅନ୍ତୁ କଣ କହୁଛନ୍ତି ପିପିଲି ତହସିଲଦାର ହୃଷୀକେଶ ତ୍ରିପାଠୀ।ତହସିଲଦାର କେବଳ ଜଣେ ଦଳୀୟ କର୍ମୀ ଙ୍କ ଭଳି ଭାଷଣ ଦେଉ ନାହାନ୍ତି ସାର୍ ଜଣେ ଭବିଷ୍ୟତ ବାଣୀ କହୁଥିବା ଭବିଷ୍ୟତ ବକ୍ତା ଭଳି ଲାଗିଛନ୍ତି । ପାଖରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କୁ ନେଇ କଣ ଭବିଷ୍ୟତ ବାଣୀ କରୁଛନ୍ତି ତହସିଲଦାର ମହାଶୟ। ବିଧାୟକ ପଦେ କହିଲା ବେଳକୁ ସାର୍ କୁଆଡେ ଦି ପାଦ ଯାଉଛନ୍ତି । କେବଳ ଏତିକି ନୁହେଁ ବିଧାୟକ ଆଶ୍ରିତ ପଟ୍ଟନାୟକ ପିପିଲି କୁ କେମିତି ଭବିଷ୍ୟତ ରେ DEVELOPMENT କରିବେ ଓ ସ୍ୱଚ୍ଛତା କରିବେ ସେନେଇ ଭବିଷ୍ୟତ ବାଣୀ କରୁଛନ୍ତି। ସୋସିଆଲ ମିଡ଼ିଆ ରେ ପିପିଲି ତହସିଲଦାର ହୃଷୀକେଶ ତ୍ରିପାଠୀ ଙ୍କ ର ଖୋଲା ମଞ୍ଚ ରେ ସରକାରୀ ଅଧିକାରୀ ଭାବରେ ଏମିତି କହିବା କେତେ ଠିକ୍ ତାହା ସାଧାରଣ ଲୋକ ବିଚାର କରିବେ । କିନ୍ତୁ ଆଶ୍ରିତ ପଟ୍ଟନାୟକ ବିଧାୟକ ହିସାବ ପିପିଲି ରେ ସ୍ୱଚ୍ଛତା ଓ development କରନ୍ତୁ ବୋଲି ପିପିଲି ବାସୀ ନିଶ୍ଚିତ ତ ଆଶା ରଖି ବେ କିନ୍ତୁ ପିପିଲି ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସ୍ୱଚ୍ଛତା ଓ ବିଶେଷ କରି ପିପିଲି ତହସିଲ କାର୍ଯ୍ୟାଳୟ ରେ ସ୍ୱଚ୍ଛତା ଆଣିବା ସହିତ ବେଆଇନ୍ ବାଲିଘାଟ ବନ୍ଦ କରିବା ନେଇ ତହସିଲଦାର ମହାଶୟ ବିଧାୟକ ଙ୍କୁ କହିଥିଲେ ଅନ୍ତତ୍ ପକ୍ଷେ ପିପିଲି ବାସୀ ଖୁସି ହୋଇ ଥାନ୍ତେ । କିନ୍ତୁ ଖୋଲା ମଞ୍ଚ ରେ ତହସିଲଦାର ଙ୍କ ଭବିଷ୍ୟତ ବାଣୀ ପଛ ରେ ପିପିଲି ତହସିଲ କୁ କାଳେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝି ଙ୍କ ଛାଟ ପଡିବ ଏଥିପାଇଁ ଆଗୁଆ ସାର୍ ଟିକେ ଭବିଷ୍ୟତ ବାଣୀ କହିଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । କାରଣ ପିପିଲି ତହସିଲ କାର୍ଯ୍ୟାଳୟ ରୁ ଅଳ୍ପ କିଛି ତଳେ ଯାଇ ଥିବା ପଣ୍ଡା ବାବୁ ଙ୍କ ଠାରୁ ଏତେ ମିଳିଛି ତେବେ ଏଠାରେ ଥିବା ତହସିଲ କାର୍ଯ୍ୟାଳୟ ରେ କେତେ ସ୍ୱଚ୍ଛତା ରହିଛି ଏହା କାହାକୁ ଅଛପା ନାହିଁ।
ତେଣୁ ଏକ ବେସରକାରୀ ମଞ୍ଚରେ ବିଧାୟକଙ୍କୁ କାହିଁକି ଏତେ ତେଲ ମାରିଲେ ତାସିଲଦାର୍ ବାବୁ ତାହା ଏବେ ପିପିଲି ବାସୀଙ୍କ ମନରେ ଏହି ପ୍ରଶ୍ନ ଏବେ ଅନେକ ସନ୍ଧେହ ସୃଷ୍ଟି କରିଛି


.jpg)
0 Comments