Header Ads Widget



BREAKING NEWS

6/recent/ticker-posts

ରାଜ୍ୟ ସରକାର ଙ୍କ ଅପାରଗତା କୁ ସାମ୍ନାକୁ ଆଣି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।

 
 ଭୁବନେଶ୍ବର :ପୁଣି ଥରେ ରାଜ୍ୟ ସରକାର ଙ୍କ ଅପାରଗତା କୁ ସାମ୍ନାକୁ ଆଣି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।
ରାଜ୍ୟରେ ସମ୍ପୂର୍ଣ୍ଣ  ଧାନ ସଂଗ୍ରହ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଖୋଦ ସରକାରଙ୍କ ଦ୍ଵାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ ହୋଇଛନ୍ତି। ଅସହ୍ୟ ଥଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି। ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସରକାର ଚାଷୀଙ୍କ ଧାନ କେବେ ଉଠାଇବେ? ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପିର ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିଥିଲା। ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ୱପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।

ଚାଷୀଙ୍କୁ ସମ୍ମାନର ନାରା ଦେଉଥିବା ବିଜେପି ସରକାରର ସମସ୍ତ ଘୋଷଣା ମିଛ ପ୍ରତିଶ୍ରୁତିରେ ପରିଣତ ହୋଇଛି। ସମ୍ମାନ ବଦଳରେ ଏ ସରକାରରେ ଚାଷୀ ସବୁଠୁ ଅସମ୍ମାନିତ ଓ ପ୍ରତାରିତ।

ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ 'ନୌଟଙ୍କି' ବୋଲି କହି ତାତ୍ସଲ୍ୟ କରୁଛି। ଏହା କ'ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ?

ଧାନ ସଂଗ୍ରହ ଆରମ୍ଭରୁ ସବୁ ବ୍ୟବସ୍ଥା ହୋଇଯାଇଛି, ଟୋକନ୍ ସମସ୍ତଙ୍କୁ ମିଳିବ, ମନ୍ତ୍ରୀମାନେ ମଣ୍ଡି ଜଗିବେ ବୋଲି ସରକାର ଚାଷୀଙ୍କୁ କହିଲେ। ହେଲେ କ'ଣ ହେଲା? ମଣ୍ଡିରେ ମନ୍ତ୍ରୀମାନଙ୍କ ପାଦ ପଡ଼ିବା ତ ଦୂରର କଥା, ଦୁଃଖ ସମୟରେ ଚାଷୀଙ୍କ ପାଖରେ ବି ସରକାରୀ ଦଳର କାହାକୁ ଦେଖିବାକୁ ମିଳୁ ନାହିଁ। ଚଳିତ ବର୍ଷ ଅଧିକ ଆୟର ଆଶା ବାନ୍ଧିଥିବା ଚାଷୀ ଶେଷରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି।

ଚାଷୀଙ୍କ ସ୍ୱାର୍ଥ ସବୁଠୁ ଆଗରେ। ଆମ ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ସହ ଡବଲ୍ ଇଞ୍ଜିନ୍ ବିଜେପି ସରକାରର ଏପରି ଛଳନାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ। ବିଜୁ ଜନତା ଦଳ ଚାଷୀଙ୍କ ସାଥିରେ, ଚାଷୀଙ୍କ ହକ୍ ପାଇଁ ସବୁସ୍ତରରେ ସ୍ୱର ଶାଣିତ କରିବ।


Post a Comment

0 Comments