ପୁରୀ ୨୦/୧ ଆଜି ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟ ରେ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ।ଦେଶକୁ ସ୍ବାଧୀନତା କରିବା ସହ ରାଜାରାଜୁଡା ଓ ଜମିଦାର ଙ୍କ ଶାସନତନ୍ତ୍ର କୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାର ଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।କୃତଜ୍ଞ ରାଷ୍ଟ୍ର ତାଙ୍କ ବୀରତ୍ବ, ସାହସ ଓ ଦେଶପ୍ରେମ କୁ ସମ୍ମାନ ଜଣାଉଛି।ତାଙ୍କ ଆଦର୍ଶ କୁ ଅନୁସରଣ କରି ପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇ ପାରିବ ବୋଲି ସେ ଆହ୍ବାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା,ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷା ହରପ୍ରିୟା ଦାଶ,ଜିଲ୍ଲା ସ୍କୁଲର ପ୍ରାକ୍ତନ ପିଇଟି ଗୋପାଳ ଚନ୍ଦ୍ର ପରିଡା,ଏନ ଏସ ଏସ ଅଫିସର ଗୋଲକ ବିହାରୀ ପଲାଇ, ବିଭିନ୍ନ ଶିକ୍ଷାନୁଷ୍ଠାନ ର କ୍ରୀଡା ଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
କ୍ରୀଡା କାର୍ଯ୍ୟାଳୟ ର ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ ,କୁନା ବେହେରା ପ୍ରମୁଖ ଯୋଗ ଦେଇ ପଦଯାତ୍ରାରେ ସହଯୋଗ କରିଥିଲେ।


.jpg)
0 Comments